୨ ଦିନିଆ ନେପାଳ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sep 28, 2018 - 17:00
 281
୨ ଦିନିଆ ନେପାଳ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୨୮/୯ (ସକାଳଖବର): ଦୁଇ ଦିନିଆ ନେପାଳ ଗସ୍ତରେ ଯାଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନେପାଳର ରାଷ୍ଟ୍ରପତି ଶ୍ରୀମତି ବିଦ୍ୟା ଦେବୀ ଭଣ୍ଡାରି, କାର୍ଯ୍ୟବାହକ ପ୍ରଧାନମବୀ ଇଶ୍ୱର ପୋଖରେଲ ଓ ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଇଶ୍ୱର ପୋଖରେଲ ଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପେଟ୍ରୋଲିୟମ ଉପôାଦ, ପାଇପଲାଇନ ଓ ନେପାଳରେ କାମ ଚାଲିଥିବା ଅନ୍ୟ ତୈଳ ଓ ଗ୍ୟାସ ପ୍ରକଳ୍ପର ପ୍ରଗତି ନେଇ ଆଲୋଚନା ହୋଇଥିଲା ଶ୍ରୀ ପ୍ରଧାନ ନେପାଳର ସ୍ୱରାଷ୍ଟ୍ର ମବୀ ଓ କାର୍ଯ୍ୟବାହକ ବୈଦେଶିକ ମନ୍ତ୍ରୀ ରାମ ବାହାଦୁର ଥାପାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଶ୍ରୀ ପ୍ରଧାନ ନେପାଳର ତୈଳ ମନ୍ତ୍ରୀ ମାତ୍ରିକା ପ୍ରସାଦ ଯାଦବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ନେପାଳର ଆମଲେକଗଂଜ ପର୍ଯ୍ୟନ୍ତ ବିହାରର ମୋତିହାରୀ ଠାରୁ ପେଟ୍ରୋଲ, ଡିଜେଲ ଓ ଏଟିଏଫ ପାଇପଲାଇନର କାମ ଶୀଘ୍ର ଶେଷ କରିବାକୁ ନେଇ ଆଲୋଚନା ହୋଇଥିଲା । ଭାରତରୁ ନେପାଳ ମଧ୍ୟରେ ଏଲପିଜି ପାଇପଲାଇନ ଓ ଫର୍ଟିଲାଇଜର ପ୍ଲାଂଟ ପାଇଁ ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ବିଛାଇବା ପାଇଁ ସମ୍ଭାବନା ଉପରେ କାମ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ପ୍ରକଳ୍ପ ଗୁଡିକରେ ଆଇଓସି ଓ ନେପାଳ ଅଏଲ କର୍ପୋରେସନ ମିଶି କାମ କରିବେ । ଶ୍ରୀ ପ୍ରଧାନ ନେପାଳର ଶିକ୍ଷା ଓ ଦକ୍ଷତା ବିକାଶ ମବୀ ଗିରିରାଜ ମଣି ପୋଖରେଲଙ୍କ ସହ ଆଲୋଚନା କରି ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଥିବା ଜଣା ପଡିଛି ।