ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ

Sep 28, 2018 - 16:01
 290
ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର ୨୮/୯ (ସକାଳଖବର): ଆଜି ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନର ଘୋଷଣା କରିଛି । ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ହେବ। ଏଥିପାଇଁ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧ ତାରିଖରେ ବିଜ୍ଞପ୍ତି ଜାରି କରାଯିବ, ଏହା ପରେ ୩ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ୪ରେ ନାମାଙ୍କନ ଯାଞ୍ଚ ହେବ ଓ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଅକ୍ଟୋବର ୧୦ ତାରିଖରେ ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ଅନୁଷ୍ଠିତ ହେବ। ତା’ ପରଦିନ ଅର୍ଥାତ୍ ୧୧ ତାରିଖ ସକାଳ ୮ଟାରୁ ଦିନ ୨ଟା ଯାଏ ଛାତ୍ରଛାତ୍ରୀମାନେ ଭୋଟ୍‌ ଦେବେ। ସେହିଦିନ ଅପରାହ୍ଣ ୨ଟା ପରେ ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୨ରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ରେଭେନସା ବିଶ୍ୱ ବିଦ୍ୟାଳୟରେ ନିର୍ବାଚନ ଗତବର୍ଷ ଭଳି ପରୋକ୍ଷରେ କରାଯିବ ବୋଲି ପ୍ରଫେସର ଇଶାନ ପାତ୍ର ପ୍ରକାଶ କରିଛନ୍ତି ।