ପରଲୋକରେ ମୁଲାୟମ ସିଂ ଯାଦବ

Oct 10, 2022 - 08:41
 56
ପରଲୋକରେ ମୁଲାୟମ ସିଂ ଯାଦବ
ଗୁରୁଗ୍ରାମ : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୦ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସା ଚାଲିଥିଲା। ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୋମବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ, ୫୫ ବର୍ଷର ରାଜନୀତିରେ ସେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ମୁଲାୟମ ସିଂ ୧୯୬୭ରେ ୨୮ ବର୍ଷ ବୟସରେ ଜସୱନ୍ତନଗରରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ତାଙ୍କ ପରିବାରର କୌଣସି ରାଜନୈତିକ ବ୍ୟାକଗ୍ରାଉଣ୍ଡ ନଥିଲା । ତୃଣମୂଳ ସ୍ତରରୁ ସେ ରାଜନୀତି ଆରମ୍ଭ କରିଥିଲେ । ୫ ଡିସେମ୍ବର ୧୯୮୯ରେ ମୁଲାୟମ ପ୍ରଥମ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଆଉ ଦୁଇଥର ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କେନ୍ଦ୍ରରେ ଦେବଗୌଡା ଏବଂ ଗୁଜରାଲ ସରକାରରେ ରକ୍ଷାମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ନେତାଜୀ ନାଁରେ ପରିଚିତ ମୁଲାୟମ ୭ ଥ ଲୋକସଭା ସାଂସଦ ଏବଂ ୯ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୪ ଅକ୍ଟୋବର ୧୯୯୨ ମସିହାରେ ସମାଜବାଦୀ ପାର୍ଟିର ସ୍ଥାପନା କରିଥିଲେ । Comments