ପଣ୍ଡା ଇନଫ୍ରା ମାଲିକଙ୍କୁ ମାସେ ଅନ୍ତରୀଣ ଜାମିନ

May 17, 2018 - 14:33
 149
ପଣ୍ଡା ଇନଫ୍ରା ମାଲିକଙ୍କୁ ମାସେ ଅନ୍ତରୀଣ ଜାମିନ
କଟକ,୧୭ା୫(ସକାଳଖବର): ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡା ଓରଫ ଲୁଲୁଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାସେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ କୋର୍ଟ ବିଚାର କରି ଏହି ଜାମିନ ପ୍ରଦାନ କରିଥିବାବେଳେ ଆବେଦନକାରୀ ଯେଉଁଠି ବି ଚିକିତ୍ସା ହେବେ ପୁଲିସ ତତ୍ତ୍ୱାବଧାନରେ ରହିବେ । ପୁଲିସର ସମସ୍ତ ଖର୍ଚ୍ଚ ଆବେଦନକାରୀ ମଧ୍ୟ ପ୍ରଦାନ କରିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୨୨ତାରିଖଠାରୁ ସେ ଜାମିନରେ ଯିବା ପାଇଁ କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି