ନେତାଜୀ ସୁଭାଷ ବୋଷ ସେତୁ ଦେଇ ବସ ଚଳାଚଳ ନେଇ ମାମଲା ରୁଜୁ

May 15, 2018 - 14:26
 160
ନେତାଜୀ ସୁଭାଷ ବୋଷ ସେତୁ ଦେଇ ବସ ଚଳାଚଳ ନେଇ ମାମଲା ରୁଜୁ
କଟକ,୧୫ା୫(ସକାଳଖବର): କାଠଯୋଡ଼ି ନେତାଜୀ ସୁଭାଷ ବୋଷ ସେତୁ ଦେଇ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ମଧ୍ୟରେ ବସ ଚଳାଚଳ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ରାଜକିଶୋର ସ୍ୱାଇଁ ଏହି ମାମଲା ରୁଜୁ କରି ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ, କଟକ ଜିଲାପାଳ ଓ ସିଏମସି କମିସନରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସେତୁ ଦେଇ ବସ ଚଳାଚଳ କଲେ ବାରଙ୍ଗ ବ୍ଲକର ତ୍ରିଶୁଳିଆ, ନରଣପୁର, ଗୋଡିସାହି, କାନପୁର, ଶ୍ରୀବନ୍ତପୁର, ନରାଜ, ଦାଢା, ତାଳଗଡ଼ା, ଫୁଲପୋଖରୀ, ବଛିପୁର ଆଦି ଏକାଧିକ ଅଞ୍ଚଳବାସୀ ଉପକୃତ ହୋଇପାରିବେ ।