ନୁଆ ରାଇଗୋଡ଼ା ଗ୍ରାମବାସୀଙ୍କୁ ସୁବିଧା ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ଗୁରୁତ

Nov 13, 2018 - 19:21
 156
ଅନୁଗୋଳ, ୧୩/୧୧(ସକାଳଖବର): ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ କୋର ଏରିଆ ମଧ୍ୟରୁ ସ୍ଥାନାନ୍ତର ହୋଇ ସାରୁଆଳିଠାରେ ଅବସ୍ଥାପିତ ନୂଆ ରାଇଗୋଡ଼ା ଗ୍ରାମର ଅଧିବାସୀମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ ଗତକାଲି ଅପରାହ୍ନରେ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସମୀକ୍ଷା କରିଛନ୍ତି । ସାରୁଆଳିଠାରେ ପୁନଃ ସ୍ଥାପନ ହୋଇଥିବା ୭୮ଟି ପରିବାରକୁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ସୁଯୋଗ ଦେବା ନିମନ୍ତେ ବନ ବିଭାଗ ଓ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟର ସୁପରିଚାଳନା ଓ ଏହାକୁ ନିର୍ଦ୍ଧିୀଷ୍ଟ ସମୟସୀମା ମଧ୍ୟରେ ସାରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ୭୮ଟି ପରିବାର ପାଇଁ ପ୍ଲଟ ଚିହ୍ନଟ କରଣ କାର୍ଯ୍ୟକୁ ଧାନକଟା ପରେ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ୫୬ଟି ପ୍ଲଟ ଚିହ୍ନଟକରଣ ହୋଇଥିବା ବେଳେ ୨୨ଟି ପ୍ଲଟକୁ ଚିହ୍ନଟକରଣ କରାଯିବ । ଚିହ୍ନଟ ହୋଇଥିବା ୫୬ଟି ପ୍ଲଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ୧୩ଟି ଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବିସ୍ଥାପିତ ହୋଇଥିବା ୭୮ଟି ପରିବାରକୁ ୨କୋଟି ୩ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ବର୍ତ୍ତମାନସୁଦ୍ଧା ୭୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅଧିକାଂଶ ଉତ୍ତରାଧିକାରୀଙ୍କୁ ଅନ୍ୟତ୍ର ବିବାହ କରାଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାରେ ସଂପୃକ୍ତ ପରିବାର ଗୁଡ଼ିକର ସହାୟତା ନେବାକୁ ଜିଲ୍ଲାପାଳ, ବନବିଭାଗ, ତହସିଲଦାରଙ୍କ ଓ ଉପଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ତୁରନ୍ତ ସେମାନଙ୍କ ଅନୁକମ୍ପା ରାଶିକୁ ବ୍ୟାଙ୍କ ଖାତାରେ ଜମା କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।