ନିର୍ବାଚନୀ ପରବର୍ତ୍ତୀ ହିଂସା : ଘରେ ପଶି ଆକ୍ରମଣ, ୬ ଗୁରୁତର

Mar 3, 2022 - 05:18
 68
ନିର୍ବାଚନୀ ପରବର୍ତ୍ତୀ ହିଂସା : ଘରେ ପଶି ଆକ୍ରମଣ, ୬ ଗୁରୁତର
ଯାଜପୁର : ସରିଛି ପଞ୍ଚାୟତ ନିର୍ବାଚନ । ଘୋଷଣା ହୋଇସାରିଲାଣି ବିଜୟୀ ପ୍ରାର୍ଥୀଙ୍କ ନାମ । କିନ୍ତୁ ଏବେ ବି ଥମୁନି ହିଂସା ।ଏହି ହିଂସାକାଣ୍ଡରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇଥିବା ଅଭିଯୋଗ ହୋଇଛି । ଗାଁର ଶମ୍ଭୁନାଥ ମଲିକଙ୍କ ଘରେ ପଶି ଆକ୍ରମଣ ଓ ବ୍ୟାପକ ଭଙ୍ଗାରୁଜା ହୋଇଛି । ହିଂସାକାଣ୍ଡରେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।