ନାବାଳିକାକୁ ଦୁଷ୍କର୍ମ : ଯୁବକକୁ ଜେଲ ଓ ଜୋରିମାନା

Jul 26, 2018 - 19:33
 166
ନାବାଳିକାକୁ ଦୁଷ୍କର୍ମ : ଯୁବକକୁ ଜେଲ ଓ ଜୋରିମାନା
ବାରିପଦା,୨୬/୦୭ (ସକାଳଖବର): ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ଓ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଏକ ନାବାଳିକା ଦୁଷ୍ଟର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ଅଭିଯୁକ୍ତ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜାଗୁଆ ଘୁନିଆଙ୍କ ପୁଅ ଗଣେଶ ଘୁନିଆଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୬ ପୋକ୍ସୋ ଆକ୍ଟ ଅନୁସାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି ।