ନବଜାତ ଶିଶୁକନ୍ୟାଙ୍କୁ ବିକି୍ର ଉଦ୍ୟମ
କଟକ,୩ା୫/(ସକାଳଖବର): କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଜଣେ ମହିଳା ୨ଟି କନ୍ୟା ସନ୍ତାନ ବିକି୍ର କରିଦେବା ପାଇଁ ମସୁଧା ଚଳାଇଥିବାବେଳେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି । କନ୍ୟାସନ୍ତାନମାନଙ୍କୁ କିଣିବା ପାଇଁ କିଛି ଲୋକ ଆସିଥିବାବେଳେ ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଯୋଗୁଁ ସେମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିବା ଜଣାପଡ଼ିଛି । ତେବେ ଦାରିଦ୍ର୍ୟତା ଓ ଏକ ସମୟରେ ୩ଟି ସନ୍ତାନ ପ୍ରସବ ଯୋଗୁଁ ସେମାନଙ୍କ ଯତ୍ନ ନେବା ଅସମ୍ଭବର ଆଶଙ୍କା କରି ପରିବାର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାର କୁହାଯାଉଛି ।
ଖବର ନେବାରେ ଜଣାପଡ଼ିଛି ଯେ, ଭଦ୍ରକ ଜିଲ୍ଳାର ବନ୍ତଥାନା ଅଳବଙ୍ଗା ଗ୍ରାମର ଶଶିକାନ୍ତ ଲେଙ୍କାଙ୍କ ପତ୍ନୀ ସଞ୍ଜୁକ୍ତା ଲେଙ୍କା ଗତ ୨୯ତାରିଖରେ ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ଥାନୀୟ ସରକାରୀ ହସପିଟାଲରେ ତାଙ୍କୁ ଭର୍ତ୍ତିର୍ କରାଯାଇଥିଲା । ମାତ୍ର ସେଠାରେ ଉପଯୁକ୍ତ ଚିକିତ୍ସା ସେବା ଅଭାବରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ଆସିବାକୁ ପଡ଼ିଥିଲା । ତେବେ ମେଡ଼ିକାଲକୁ ଆସିବା ପାଇଁ ସରକାରୀ ଆମ୍ବୁଲାନ୍ସଟିଏ ମଧ୍ୟ ମିଳିନଥିଲା । ଧାରକରଜ କରି ପରିବାର ଲୋକେ ବହୁ କଷ୍ଟରେ ତାଙ୍କୁ ସେଦିନ କଟକ ବଡ଼ମେଡ଼ିକାଲକୁ ଆଣିଥିଲେ । ପ୍ରସୂତି ବିଭାଗରେ ସେ ଭର୍ତ୍ତି ହେବାପରେ ଏଠାରେ ସଞ୍ଜୁକ୍ତାଙ୍କର ୩ଟି କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ପୂର୍ବରୁ ତାଙ୍କର ଜଣେ-୬ବର୍ଷର ଓ ଅନ୍ୟଜଣେ ଅଢେ଼ଇ ବର୍ଷର ୨ଟି କନ୍ୟାସନ୍ତାନ ଥିବାବେଳେ ପୁଣି ୩ଟି କନ୍ୟାସନ୍ତାନ ଜନ୍ମ ହେବା ଯୋଗୁଁ ସ୍ୱାମୀ-ସ୍ତ୍ରୀ ହତବାକ ହୋଇପଡ଼ିଥିଲେ । ଦାରିଦ୍ରର କଷାଘାତରେ ଜର୍ଜରିତ ଏହି ଦମ୍ପତି ୩ନବଜାତ ଶିଶୁକନ୍ୟାଙ୍କ ଯତ୍ନ ନେବା ଅସମର୍ଥ ବୋଲି ଅନୁଭବଥିଲେ । ତେଣୁ ଆର୍ଥିକ ଅନାଟନ ମୁଖ୍ୟ ପ୍ରତିବନ୍ଧକ ହୋଇଥିବାରୁ ଏହି ଦମ୍ପତି ବାଧ୍ୟ ହୋଇ ୨ଟି ନବଜାତ କନ୍ୟା ସନ୍ତାନଙ୍କୁ ବିକି୍ର କରିଦେବା ପାଇଁ ପ୍ରୟାସ କରିଥିଲେ । ତେବେ ଏହି ଖବର ଜାଣିବା ପରେ କିଛି ମହିଳା ମଧ୍ୟ ଶିଶୁଙ୍କୁ କିଣିବା ପାଇଁ ପହଞ୍ଚିଥିଲେ । ଏ ଖବର କଟକ ଜିଲ୍ଳା ଆଇନସେବା ପ୍ରାଧିକରଣ ପାନେଲ ଆଇନଜୀବୀ ବିପିନ କୁମାର ଚୌଧୁରୀ ଜାଣିବାପରେ ପାରାଲିଗାଲ ଭଲୁ୍ୟଣ୍ଟର ତପନ କୁମାର ସାହୁ ଓ ଗଗନ ବିହାରୀ ଜେନାଙ୍କୁ ସେଠାକୁ ପଠାଇ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କହିଥିଲେ । ତେବେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ଆଇନଜୀବୀ ଶ୍ରୀ ଚୌଧୁରୀ ମେଡ଼ିକାଲରେ ପହଞ୍ଚି ଆଇନସେବା ପ୍ରାଧିକରଣ ସଚିବ ଗାର୍ଗୀ ପଟ୍ଟନାୟକ, ରେଜିଷ୍ଟାର ବିଭୁଦତ୍ତ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସ୍ଥାନୀୟ ମଙ୍ଗଳାବାଗ ଥାନା ଓ ଚାଇଲ୍ଡ ଲାଇନଙ୍କୁ ଏବିଷୟରେ ଜଣାଇଥିଲେ । ଏହି ଅବସରରେ ପାରାଲିଗାଲ ଭଲୁ୍ୟଣ୍ଟର ଶ୍ରୀ ସାହୁ ଓ ଶ୍ରୀ ଜେନା ନବଜାତ ଶିଶୁକନ୍ୟାକୁ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ପରିବାର ଲୋକଙ୍କୁ ବୁଝାଇବା ସହ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ (ଓଲସା)ଟ୍ରଷ୍ଟ ପକ୍ଷରୁ ସଞ୍ଜୁକ୍ତାଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ପଟ୍ଟନାୟକ, ପ୍ରାଧିକରଣର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଏସସିବି ମେଡ଼ିକାଲରେ ପହଞ୍ଚô ସଞ୍ଜୁକ୍ତା ଓ ନବଜାତ ୩ ଶିଶୁକନ୍ୟାଙ୍କୁ ଦେଖିଥିଲେ । ତେବେ ଶିଶୁକନ୍ୟାଙ୍କୁ ଏଭଳି ବେଆଇନ ପଣ୍ୟବସ୍ତୁ ଭାବେ ବିକ୍ରୟ ନକରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଉକ୍ତ ମହିଳାଙ୍କୁ ତୁରନ୍ତ ବେଡ଼ ଦେବାପାଇଁ ନିଦେ୍ର୍ଧଶ ଦେବାରୁ ତାଙ୍କୁ ଗତକାଲି ୭୮୪ ନମ୍ବର ବେଡ଼ ଦିଆଯାଇଥିଲା । ଏଥି ସହିତ ଆବଶ୍ୟକ ସହାୟତା ଜିଲ୍ଳା ଆଇନସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସଚିବ ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ନବଜାତ ଶିଶୁକନ୍ୟାକୁ ବିକ୍ରିକରିବା ପଛରେ ଏକ ଘରୋଇ ନର୍ସିଂହୋମର ଜନୈକା ନର୍ସ ଓ ଅନ୍ୟଜଣେ ମହିଳା ସମ୍ପୃକ୍ତ ରହିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷ ଡାକ୍ତର ଭୁବନାନନ୍ଦ ମହାରାଣାଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ ଜାଣିନଥିବା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ମେଡ଼ିକାଲ କର୍ତ୍ତୃପକ୍ଷ ଏହା ଜାଣିବାପରେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହ ସଞ୍ଜୁକ୍ତାଙ୍କ ସହ ନବଜାତ ଶିଶୁକନ୍ୟାମାନଙ୍କୁ ଅନ୍ୟତ୍ର ଏକ ସୁରକ୍ଷିତ ୱାଡର଼୍କୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦାରଖ ପାଇଁ ମଙ୍ଗଳାବାଗ ଥାନା ଓ ପାରାଲିଗାଲ ଭଲୁ୍ୟଣ୍ଟର ଶ୍ରୀ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।