ନକଲି ଡାକ୍ତର ରମେଶ ସ୍ୱାଇଁର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଚଢ଼ଉ

Feb 26, 2022 - 13:44
 78
ନକଲି ଡାକ୍ତର ରମେଶ ସ୍ୱାଇଁର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଚଢ଼ଉ
କାମାକ୍ଷାନଗର ୨୬/୦୨ : ଦଶମ ଫେଲ ନକଲି ଡାକ୍ତର ରମେଶ ସ୍ୱାଇଁର କାମାକ୍ଷାନଗରରେ ଥିବା ଘରେ ଭୁବନେଶ୍ୱର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଚଢ଼ାଉ କରିଛନ୍ତି। ଏହି ଘରେ ରମେଶର ଗୁପ୍ତ କୋଠରୀର ପର୍ଦ୍ଦାଫାସ କରିଛନ୍ତି ୭ ଜଣିଆ ସ୍ୱତନ୍ତ୍ର ଟିମ । ଫେରାର କେୟାର ଟେକର ନୃସିଂହ ରାଉତକୁ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମାରାଥନ ଜେରା କରିଛନ୍ତି । ବହୁ ପତ୍ନୀ ସହ ଲୋକଙ୍କୁ ଠକିଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି ରମେଶ ନାଁରେ । ସେ ପାଠ ନପଢ଼ି ବି ରାଜ୍ୟର କୋଣ ଅନୁକୋଣରେ ତାର ଗଢିଥିଲା କଳା ସାମ୍ରାଜ୍ୟ ଗଢିଥିଲା । ଅଙ୍ଗ ତସ୍କରି ସାଙ୍ଗକୁ ଲୋକଙ୍କୁ ଠକିବାରେ ବେଶ ଧୁରନ୍ଧର ଥିଲା ରମେଶ । ଧିରେ ଧିରେ ରମେଶ ଠାରୁ ଗୋଟିଏ ପରେ ଗୋଟିଏ ସତ ଉଗାଳୁଛି କମିଶନରେଟ ପୋଲିସ । ରମେଶର ଆଉ କଉଠି ଅପରାଧିକ ଦୁନିଆ ରହିଛି ଏବେ କମିଶନରେଟ ପୋଲିସ ସେ ସବୁର ଖୋଳତାଡ଼ କରୁଛି ।