କିବ୍‌ରୁ ଖସି ପଳାଇବା ପାଇଁ ଆମେରିକାର ସହାୟତା ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିୟି

Feb 26, 2022 - 06:43
 62
କିବ୍‌ରୁ ଖସି ପଳାଇବା ପାଇଁ ଆମେରିକାର ସହାୟତା ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିୟି
ନୂଆଦିଲ୍ଲୀ: ଆକ୍ରମଣକାରୀ ରୁ‌ଷୀୟ ସେନା କିଏଭ୍‌ର ନିକଟତର ହୋଇ ଆସୁଥିବାରୁ ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବିତ ସହାୟତାକୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସ୍ବଦେଶ ଛାଡ଼ି ଚାଲିଯିବାକୁ ଯୁକ୍ତରାଷ୍ଟ୍ର ଆମେରିକା କହିବା ପରେ ଜେଲେନ୍‌ସ୍କିୟି କହିଲେ, ଯୁଦ୍ଧ ଲାଗିଛି; ମୋର ଗୋଳାବାରୁଦ ଆବଶ୍ୟକ, ପରିବହନ ନୁହେଁ। ଏ କଥା ପ୍ରତ୍ୟକ୍ଷଭାବେ ଜାଣିଥିବା ଜଣେ ବରିଷ୍ଠ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଆସୋସିଏଟ୍‌ ପ୍ରେସ୍‌’କୁ କହିଛନ୍ତି।