ଧାମନଗର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି

Oct 12, 2022 - 06:56
 44
ଧାମନଗର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି
ଭଦ୍ରକ: ବଢୁଛି ଧାମନଗର ଉପନିର୍ବାଚନ ତାତି । ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି । ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜି ନାଁ ଘୋଷଣା କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି । ସେପଟେ କିଏ କଂଗ୍ରେସର ପ୍ରାର୍ଥୀ ହେବେ, ତାହା ଝୁଲି ରହିଛି । ପିସିସି ୩ ଜଣ ଆଶାୟୀଙ୍କ ନାଁ ଏଆଇସିସିକୁ ପଠାଇଛି । ଏଆଇସିସି ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଓ ଧାମନଗରରେ ଜୋରଦାର ଲଢ଼େଇ ହେବ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଘରଘର ବୁଲି ପ୍ରଚାର ଚଳାଇଛନ୍ତି ।