ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

Mar 7, 2019 - 08:10
 148
ବାରିପଦା, ୬/୩(ସକାଳଖବର): ପୋଲିସ କୁ ଦୂର୍ବ୍ୟବହାର ଘଟଣାରେ ବାରିପଦା ଟାଉନଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଅଛି । ଯୁବକ ଜଣକହେଲେ ବାରିପଦା ଦାରୋଗାଡାହି ଅଞ୍ଚଳର ଚାନ୍ଦ ଓରଫ ବିଶ୍ୱନାଥ ଦିଗାର । ପୋଲିସ ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ବିଶ୍ୱନାଥ ଘରକୁ ଯାଇଥିବାବେଳେ ସେମାନଙ୍କୁ ବିଶ୍ୱନାଥ ଗାଳି ଗୁଲଜ କରିବାସହ ଦୂର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଅଛି । ତେବେ ଉକ୍ତ ଘଟଣାକ୍ରମେ ପୋଲିସ ବିଶ୍ୱନାଥ ର ଏକ ନାବାଳକ ଭଣଜାକୁ ମଧ୍ୟ ମୋବାଇଲ ବୋରି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଅଛି । ଏହି ଘଟଣାକୁ ନେଇ ସଂପୃକ୍ତ ନାବଳକ ର ମା ଲକ୍ଷ୍ମୀ ଜେନା ପୋଲିସ କୁ ଦୋଷାରୋପ କରିଛନ୍ତି । ପୂର୍ବରୁ ମଧ୍ୟ ପୋଲିସ ଅନେକବାର ତାଙ୍କ ପୁଅକୁ ଥାନାକୁ ଆଣି ନାନଦି ହଇରାଣ ହରକତ କରିଥିବାର ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଘରକୁ ଜଣେ ପୋଲିସ କର୍ମଚାରୀ ବାରମ୍ବାର ଘରକୁ ଯାଇ ଧମକ ଚମକ ଦେଉଥିବାର ମଧ୍ୟ ଅଭିଯୋଗ କରିଛନ୍ତି । ଥାନାରେ ଏ ବାବଦରେ କେସ ନମ୍ବର ୪୧ ଏବଂ ୪୨ ରେ ଦୁଇଗୋଟି ମାମଲା ରୁଜୁ ହୋଇଅଛି । ଗତକାଲି ପୋଲିସ ସଂପୃକ୍ତ ନାବାଳକ କୁ କୋର୍ଟରେ ହାଜର ପାଇଁ ନେଉଥିବା ସମୟରେ ପୋଲିସ କୁ ଚକମା ଦେଖାଇ ଅଭିଯୁକ୍ତ ନାବାଳକ କୋର୍ଟ ପରିସରରୁ ଖସିଯିବାରେ ସଫଳ ହେଇଥିଲା । ନାବାଳକ ଟି ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ପୋଲିସ ଠାରୁ ଫେରାର ହୋଇଯାଇଥିଲା । ତାକୁ ପୁଣି ଗତକାଲି ରାତ୍ରୀରେ ପୋଲିସ ଗିରଫ କରି ଥାନାକୁ ଆଣି କୋର୍ଟଚାଲାଣ କରିଅଛି । ତେବେ ଆଜି ସଂପୃକ୍ତ ନାବାଳକ କୁ କିଶୋର ନ୍ୟାୟ ବୋର୍ଡ ର ଜଜ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ତାର ଜାମିନ ନାମାଞୁର ହେବାରୁ ତାକୁ ଅନୁଗୁଳ ସ୍ଥିତ ବାଳ ସୁଧାର ଗୃୁହକୁ ପଠାଯାଇଥିଲା । ତେବେ ଆଜି କାର୍ଯ୍ୟରେ ଅବହେଳା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଦୁଇଜଣ ପୋଲିସ କର୍ମଚାରୀ ଜଣେ ଓପିଏଫ ଇନ୍ଦ୍ରଜିତ ନାୟକ ଅନ୍ୟଜଣେ କନେଷ୍ଟବଳ ଅରୁଣ କୁମାର ନାୟକ ଙ୍କୁ ନିଲମ୍ବିତ କରିଛନ୍ତି ।