ଦନ୍ତା ଆତଙ୍କ : ନେଲାଣି ୮ ଜୀବନ, ଭାଙ୍ଗିଲାଣି ୧୫୦ ଗୃହ

Jul 27, 2019 - 07:03
 160
କେନ୍ଦୁଝର,୨୫/୭(ସକାଳଖବର): ଦିନେ ନୁହେଁ କି ଅଧେ ନୁହେଁ । ପ୍ରାୟ ୪୦ ଦିନରୁ ଉର୍ଦ୍ଧ ସମୟ ଧରି କେନ୍ଦୁଝର ସଦର , ଭୁୟାଁ ଜୁଆଙ୍ଗ ପୀଢ ରେଞ (ବିଜେପି ) ଏବଂ ଚମ୍ପୁଆ ଉପଖଣ୍ଡ ଅଂଚଳରେ ଆତଙ୍କ ମଚାଇ ରଖିଛି ଏକ ଗୋଠଛଡା ଦୁର୍ଦ୍ଧାନ୍ତ ଦନ୍ତାହାତୀ । ଇତି ମଧ୍ୟରେ ଏହି ଦନ୍ତାହାତୀର ଆକ୍ରମଣରେ ୮ ଜଣ ଜୀବନ ହାରିଥିବା ବେଳେ ୧୫ରୁ ଉର୍ଦ୍ଧ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବଂ ୧୫୦ରୁ ଉର୍ଦ୍ଧ ବାସଗୃହ ଭାଙ୍ଗି ରୁଜି ନଷ୍ଟ କରିସାରିଥିବା ବେଳେ ହଜାର ହଜାର ଏକର ଫସଲ ମାଟିରେ ମିଶାଇ ସାରିଲେଣି । ଫଳରେ ଏହି ଦନ୍ତାର ଆତଙ୍କରାଜରେ ସମଗ୍ର ଅଞ୍ଝଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ରାତ୍ରୀ ସମୟରେ ମଞ୍ଝା ହଁ ସେମାନଙ୍କ ପାଇିଁ ଏକମାତ୍ର ଭରସା ପାଲଟିଛି । ଏପଟେ ଗୋଠଛଡା ଦନ୍ତା ହାତୀଟି ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଥିବା ବେଳେ ବନ ବିଭାଗ କେବଳ ସ୍କାର୍ଡ ଗଠନ କରି ହାତବାନ୍ଧି ବସି ରହିଅଛି । ଏପରି କି ଦନ୍ତାର ଆତଙ୍କରୁ ପ୍ରଜାଙ୍କୁ ସୁରକ୍ଷା ଦେବାରେ ବିଫଳ ବନ ବିଭାଗ ଲୋକଙ୍କ ଆକୋ୍ରଶର ଶୀକାର ହେବା ସମ୍ଭାବନା ଭୟରେ ହାତୀ ଘଉଡାଇବା ନିମନ୍ତେ ଗ୍ରାମକୁ ଯିବାକୁ ଭୟ କରୁଥିବା ଦେଖାଯାଉଅଛି । ଅବସ୍ଥା ଏପରି ହେଲାଣି ଯେ ଦନ୍ତା ହାତୀର ଆତଙ୍କରାଜରେ ଅଂଚଳବାସୀ ଭୟଭୀତ ଅବସ୍ତାରେ ରହିଥିବା ବେଳେ ଦନ୍ତା କବଳରୁ ସୁରକ୍ଷା ଦେବାକୁ ବନ ବିଭାଗ ଯଦି ଅସଫଳ ହେଉଥିବା କାରଣରୁ ସୁରକ୍ଷା ଦୃଷ୍ଟିରୁ ହାତୀକୁ ମାରିବା ଲାଗି ସେମାନଙ୍କୁ ଅନୁମତି ଦିଆଯାଉ ବୋଲି ଲୋକମାନେ ଦାବୀ କରିଛନ୍ତି । ପୂର୍ବରୁ ୭ ଟି ଜୀବନ ନେଇଥିବା ଦନ୍ତାହାତୀଟି ପାଦତଳେ ପୁଣି ବିଜେପି ରେଞ ଅନ୍ତର୍ଗତ ଶଙ୍କରୀ ଗ୍ରାମରେ ଯାଇଛି ଆଉ ଗୋଟିଏ ଅମୂଲ୍ୟ ଜୀବନ । ଦନ୍ତାହାତୀଟିର ଉପôାତ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି ।