ତୈଳଦରବୃଦ୍ଧି ପ୍ରତିବାଦରେ ରାଜଭବନ ସ୧ୁଖରେ ବିଜେଡିର ଧାରଣା

May 28, 2018 - 13:34
 155
ତୈଳଦରବୃଦ୍ଧି ପ୍ରତିବାଦରେ ରାଜଭବନ ସ୧ୁଖରେ ବିଜେଡିର ଧାରଣା
ଭୁବନେଶ୍ୱର,୨୮/୫(ସକାଳଖବର): ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ଏନ୍‍ଡିଏ ମେଣ୍ଟ ସରକାର ଅମଳରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପିସାରିଲାଣି । ସୋମବାର ଏପରି ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦମୂଳକ ଧାରଣା ଦିଆଯାଇଥିଲା । ଏହି ଦରବୃଦ୍ଧିକୁ ପ୍ରତିବାଦ କରି ରାଜଭବନ ସ୧ୁଖରେ ଆଜି ବିଜେଡି କର୍ମକର୍ତ୍ତାମାନେ ଧାରଣା ଦେବା ସହ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଜେଡିର ଏକ ୩୦ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉପସ୍ଥିତ ନେତୃବୃନ୍ଦ ଧାରଣାସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନିଜ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଗଠିତ ଏନ୍‍ଡିଏ ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ଅଥଚ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବାରଙ୍କାର ହ୍ରାସ ପାଇଛି । ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଆନ୍ତର୍ଜାତିକ ବଜାରରେ ତୈଳ ଦର କମିବା ପ୍ରଭାବ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରକୁ ଆଦୌ ପ୍ରଭାବିତ କରିପାରି ନାହିଁ । ବରଂ କେନ୍ଦ୍ର ସରକାର ବାରଙ୍କାର ଉପôାଦ ଶୁଳ୍କ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‍ ଦର ବଢ଼ି ଏବେ ଆକାଶଛୁଆଁ ହେଲାଣି । ସେଥିରେ ଜିଏସ୍‍ଟି ପ୍ୟାନେଲ୍‍ ମୁଖ୍ୟ ତଥା ବିହାର ଅର୍ଥମବୀ ସୁଶୀଲ କୁମାର ମୋଦି କହିଛନ୍ତି, ପେଟ୍ରୋଲ ଜାତ ଦ୍ରବ୍ୟଗୁଡିକୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରାଯିବା ନେଇ ହେଉଥିବା ଆଲୋଚନା ସଂପୂର୍ଣ୍ଣ ଅମୂଳକ । ତେଣୁ ପେଟ୍ରୋଲିୟମ୍‍ ମବୀ ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଥିବା ନେଇ ଦେଇଥିବା ବିବୃତି ତାଙ୍କର ଏକ ସୁଆଙ୍ଗ ବ୍ୟତୀତ ଆଉ କିଛି ନୁହେଁ । ପେଟ୍ରୋଲ ଓ ଡିଜେଲ୍‍ ଉପରେ ଉପôାଦ ଶୁଳ୍କ ହ୍ରାସ ପାଇଁ ବିଜେଡି କରିଥିବା ଯଥାର୍ଥ ଦାବିକୁ ମହାମହିମ ରାଷ୍ଟ୍ରପତି ଉପଲ୨ି କରିବା ସହ ଉପଯୁକ୍ତ ବିଚାର କରିବେ ବୋଲି ଆମେ ଆଶା କରୁଛୁ । ଆମ ରାଜ୍ୟ ସମେତ ସାରା ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ଦାୟିତ୍ୱ ହେଉଛି କେନ୍ଦ୍ରର । ସେଥିଯୋଗୁ ଉପôାଦ ଶୁଳ୍କ ହ୍ରାସ ପାଇଁ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଉପସ୍ଥିତ ବିଜେଡି ନେତୃବୃନ୍ଦ ଦାବି କରିଥିଲେ ।