ବିଶ୍ୱସ୍ତରରେ ଉତ୍ପାଦନରେ ଉକôର୍ଷତା ପାଇଁ ମାନ୍ୟତା ହାସଲ ସହ ନିଟ୍ ଲାଭ ଦ୍ୱିଗୁଣିତ
ବନେଶ୍ୱର, ୨୭.୦୫.୨୦୧୮ : ସର୍ବନିମ୍ନ ବ୍ୟୟରେ ବକ୍ସାଇଟ୍ ଖନନ ଓ ଆଲୁମିନା ଉପôାଦନକାରୀ ଭାବେ ମାନ୍ୟତା ହାସଲ କରିଥିବା ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ଉଭୟ ଉପôାଦନ ଏବଂ ଆର୍ଥôକ ପ୍ରଦର୍ଶନରେ ଏହାର ଏହାର ଦକ୍ଷତା ପୁନଃ ପ୍ରତିପାଦିତ କରିପାରିଛି ।
ଭୁବନେଶ୍ୱର ଠାରେ ମଇ ୨୬ ତାରିଖରେ ଆୟୋଜିତ ବୋର୍ଡ୍ ଅଫ୍ ଡାଇରେକ୍ଟର୍ସଙ୍କ ବୈଠକରେ ଅନୁମୋଦିତ ୨୦୧୭-୧୮ ବର୍ଷର ଆର୍ଥôକ ଫଳାଫଳ ଅନୁଯାୟୀ, ବିଗତ କମ୍ପାନୀ ୧୦ ବର୍ଷ ମଧ୍ୟରେ ସର୍ବାଧିକ ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ହାସଲ କରିଛି, ଯାହା କି ଗତ ବର୍ଷର ନିଟ୍ ଲାଭ ୬୬୯ କୋଟି ଟଙ୍କା ତୁଳନାରେ ୧୦୦ ପ୍ରତିଶତରୁ ଅଧିକ । ଚତୁର୍ଥ ତ୍ରୈମାସିକୀରେ କମ୍ପାନୀର ନିଟ୍ ଲାଭ ୨୫୭.୦୬ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ, ନାଲ୍କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି । ୨୦୧୭-୧୮ ଆର୍ଥôକ ବର୍ଷରେ କମ୍ପାନୀର ମୋଟ୍ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇଛି, ଯାହା କି ବିଗତ ବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଏବଂ କମ୍ପାନୀ ଆରମ୍ଭ ପର ଠାରୁ ସର୍ବାଧିକ । ସେହିପରି, ଏଯାବତ୍ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନୀ ୪,୦୭୬ କୋଟି ଟଙ୍କା ଅର୍ଜ୍ଜନ କରିଛି ।
କମ୍ପାନୀର ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ୨୦୧୭-୧୮ ଆର୍ଥôକ ବର୍ଷ ଆମ ପାଇଁ ଅନେକ ସଫଳତା ଆଣିଦେଇଛି । ନାଲ୍କୋ କେବଳ ଲାଭାର୍ଜ୍ଜନ ନୁହେଁ, ବରଂ ସମସ୍ତ ଦିଗରେ ଉନ୍ନତି ହାସଲ କରିଛୁ । ଏଥିରେ ରେକର୍ଡ୍ ପରିମାଣର ଉପôାଦନ, ସର୍ବାଧିକ ବିକ୍ରୟ ଏବଂ ଟର୍ଣ୍ଣ୍ଓଭର୍ ଅନ୍ତର୍ଭୂକ୍ତ । ଏଥି ସହିତ, ଆମେ ଆମର ସଂପ୍ରସାରଣ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ କରୁଛୁ । ନାଲ୍କୋର ନୂତନ ବ୍ୟବସାୟିକ ଯୋଜନା, କମ୍ପାନୀର ନିଟ୍ ଲାଭରେ ୯୩୫ କୋଟି ଟଙ୍କା ଅଭିବୃଦ୍ଧି ଆଣିବ ବୋଲି ଆଶା ରହିଛି । ଏହି ମଡେଲ୍ରେ ୨୦୧୯ ଆର୍ଥôକ ବର୍ଷର ଦ୍ୱିତୀୟ ତ୍ରୈମାସିକୀ ଶେଷ ସୁଦ୍ଧା ଉକôଳ ଡି ବ୍ଲ୍କ୍ର କାର୍ଯ୍ୟାନ୍ୱୟନ, ୧ ନିୟୁତ ଟନ୍ ଆଲୁମିନା ରିଫାଇନେରୀର କାର୍ଯ୍ୟାରମ୍ଭ, ୱାୟାର୍ ରଡ୍ ମିଲ୍ ୩ର ପ୍ରତିଷ୍ଠା, କଷ୍ଟିକ୍ ସୋଡା ପ୍ଲାଂଟ୍ ଏବଂ ସିଟି ପିଚ୍ ପ୍ଲାଂଟ୍୍ ଆଦି ଅନ୍ତର୍ଭୂକ୍ତ । ଆମେ ଅନେକ ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ମାଧ୍ୟମରେ ନିକଟ ଭବିଷ୍ୟତରେ କମ୍ପାନୀକୁ ଅଧିକ ସୃଦୃଢ ଏବଂ ସମୃଦ୍ଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ ।
ଉଭୟ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ତଥା ଆନ୍ତର୍ଜାତିକ ବଜାରରେ ପ୍ରତଦ୍ୱନ୍ଦିତାମୂଳକ ସ୍ଥାନ ହାସଲ କରିବା ପାଇଁ ନାଲ୍କୋ ଭଳି ବୃହତ୍ ପ୍ରକଳ୍ପକୁ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଛି ବୋଲି ଡଃ ଚାନ୍ଦ କହିଥିଲେ । ସେ ଏ ଦିଗରେ ଅନଗୁଳ ଆଲୁମିନିୟମ୍ ପାର୍କ୍ର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଉଚ୍ଚ ଗୁଣାତ୍ମକମାନ ଯୁକ୍ତ ଉପôାଦର ପ୍ରସ୍ତୁତି ପାଇଁ ନାଲ୍କୋ ଯୁକ୍ତରାଷ୍ଟ୍ର ଆମେରିକାର ଆଲ୍ମେକ୍ସ ସହ ସହବନ୍ଧନ କରୁଛି । କ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରୋସôାହନ ଦେବା ଉଦେ୍ଧଶ୍ୟରେ ନାଲ୍କୋ ପକ୍ଷରୁ ଆଲୁମିନିୟମ୍ ଇନ୍ଗଟ୍ ଯୋଗାଣ ଏବଂ ସେମାନଙ୍କ ଠାରୁ ଉପôାଦ ଆଣି ମାର୍କେଟିଂ କରିବା ପାଇଁ ଏକ କ୍ୟାସ୍ ଲେସ୍ ମଡେଲ୍ ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ଓଡ଼ିଶାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ବିକାଶ ସାଧନ ହେବା ସହ ବ୍ୟବସାୟିକ ପରିବେଶର ଅଭିବୃଦ୍ଧି ଘଟିବ ।
ନାଲ୍କୋ ସମୂଦାୟକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ଡଃ ଚାନ୍ଦ ନାଲ୍କୋର ଆଗାମୀ ପ୍ରକଳ୍ପ ଏବଂ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।