ତାରିଣୀଗଡ଼ା ଗୁଳିକାଣ୍ଡ ମାମଲାରେ ବୁଧବାର ଶୁଣାଣି

Jul 10, 2018 - 15:09
 170
କଟକ,୧୦ା୭(ସକାଳଖବର): ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ନିୟମିତ ଜାମିନ ଆବେଦନ ଉପରେ ସରକାର ମହଲତ ନେବାରୁ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆସନ୍ତା ବୁଧବାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ ଓ ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୬ ମସିହା ମେ ମାସ ୨୯ ତାରିଖ ରାତିରେ ତାରିଣୀଗଡା ନିକଟରେ ଦୁଇ ଯୁବକ ଜ୍ୟୋତିକାନ୍ତ ପରିଡା ଓରଫ୍ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ ।