ଡିଜିଟାଲ ତଥ୍ୟ ଯାଂଚ କରିବେ ୧୦ କେନ୍ଦ୍ରୀୟ ସଂସ୍ଥା

Dec 21, 2018 - 18:31
 138
ଡିଜିଟାଲ ତଥ୍ୟ ଯାଂଚ କରିବେ ୧୦ କେନ୍ଦ୍ରୀୟ ସଂସ୍ଥା
ନୂଆଦିଲ୍ଲୀ, ୨୧/୧୨(ସକାଳଖବର):ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟକ୍ତିଗତ କମ୍ପ୍ୟୁଟରରେ ଥିବା ତଥ୍ୟକୁ ଯାଂଚ କରିବାକୁ ୧୦ଟି କେନ୍ଦ୍ରୀୟ ଯାଂଚକାରୀ ସଂସ୍ଥା ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବ୍ୟକ୍ତିଗତ ଡାଟା ସହ ,ଇମେଲ୍ , ସୋସିଆଲ ମିଡିଆ ସମ୍ପର୍କିତ ତଥ୍ୟର ଯାଂଚ କରାଯିବ । ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଂଚରେ ସହଯୋଗ ନକଲେ ୭ ବର୍ଷଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାଂଚକାରୀ ସଂସ୍ଥା ମାନଙ୍କ ମଧ୍ୟରେ ରହିଛି ଇଡି, ଆଇବି, ର’, ନାର୍କୋଟିକ୍ , ସିବିଆଇ ଓ ଏନଆଇଏ ପ୍ରମୁଖ । କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତିକୁ ସିପିଏମ୍ ନେତା ଜନାର୍ଦ୍ଧନ ପତି ବିରୋଧ କରିଛନ୍ତି । ଏହି ବ୍ୟବସ୍ଥା ଟେଲିଫୋନ୍ ଟ୍ୟାପିଂ ଗାଇଡଲାଇନ୍ କୁ ବିରୋଧ କରୁଛି । ଏହା ଅଣସାମ୍ବିଧାନିକ । ଏହି ନିଷ୍ପତି ଦ୍ୱାରା ବ୍ୟକ୍ତିର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ । ଏହାକୁ ରାଜନୈତିକ ଉଦେ୍ଧଶ୍ୟରେ ବ୍ୟହାର କରାଯିବାର ସମ୍ଭାବନା ରହିଛି । ପ୍ରତିପକ୍ଷଙ୍କୁ ଯାଂଚ ଆଳରେ ଅତ୍ୟାଚାର କରାଯାଇପାରେ । କେନ୍ଦ୍ର ସରକାର ଏହାର ପୁର୍ନବିଚାର କରନ୍ତୁ । ଦେଶର ନାଗରିକ ମାନଙ୍କୁ କାହିଁକି ଅପରାଧୀ ଦୃଷ୍ଟିରେ ଦେଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଯୁକ୍ତିବିଦ୍ୟା ଅ ।ଇନର ଧାରା ୬୯ (୧) ଅଧୀନରେ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ଦସ୍ତଖତ ରହିଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ତାଲିକାଭୁକ୍ତ ୧୦ଟି ଏଜେନ୍ସିଙ୍କୁ ଗ୍ରାହକ ବା ସେବା ପ୍ରଦାନକାରୀ ବା କମ୍ପ୍ୟୁଟର୍ ସମ୍ବଳ ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତି ସମସ୍ତ ପ୍ରକାର ସୁବିଧା ଏବଂ ବୈଷୟିକ ସହାୟତା ଯୋଗାଇ ଦେବେ । ଏଥିରେ ବିଫଳ ହେଲେ ସାତ ଜେଲ୍ ଓ ଜରିମାନା ଦଣ୍ଡ ଭୋଗିବେ । ଏହା ଲାଗୁ ହେବାରୁ ଗୃହ ବ୍ୟାପାର ମନ୍ତ୍ରାଳୟର ଠାରୁ ଅ ।ଗୁଅ । ଅନୁମୋଦନ ବିନା ଏଜେନ୍ସି ସାମାଜିକ ଗଣମାଧ୍ୟମ ଉପରେ ଦୃଷ୍ଟି ରଖିବା ସହ ତାହାକୁ ତନଖି କରି ପାରିବେ ।