କଲମା ବ୍ୟାରେଜର ଆଉ ୨୦ଟି ଗେଟ୍ ଖୋଲିଲା ଛତିଶଗଡ

Apr 26, 2023 - 07:42
 26
କଲମା ବ୍ୟାରେଜର ଆଉ ୨୦ଟି ଗେଟ୍ ଖୋଲିଲା ଛତିଶଗଡ
ଭୁବନେଶ୍ବର: ମଙ୍ଗଳବାର ଛତିଶଗଡ଼ କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୨୦ଟି ଗେଟ୍ ଖୋଲିଛି । ଟ୍ରିବ୍ୟୁନାଲ ଟିମ୍ ଓଡିଶା ଆସୁଥିବାରୁ ଛତିଶଗଡ଼ କଲମାର ଗେଟ୍ ଖୋଲି ଥାଇ ପାରେ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି । ସେ ଆହୁରି କହିଛନ୍ତି, ଯାହା ଆମ ପାଖରେ ସୂଚନା ଅଛି ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଓଡିଶା ଆସୁଛନ୍ତି । ପ୍ରଥମେ ଡେଲଟା ଏରିଆ ପରିଦର୍ଶନ କରିବେ । କିନ୍ତୁ ଛତିଶଗଡ଼ ଗେଟ୍ ଖୋଲୁଥିଲେ ବି ହୀରାକୁଦରେ ଇନ-ଫ୍ଲୋ ବଢୁନି । ଆମେ ବିଭିନ୍ନ ପର୍ୟ୍ୟାୟରେ ଛତିଶଗଡ଼କୁ ଚିଠି ଲେଖିଥିଲୁ ଗେଟ୍ ଖୋଲିବା ପାଇଁ । ମନ୍ତ୍ରୀ, ସଚିବ ଏବଂ ମୁଁ ବି ଚିଠି ଲେଖିଥିଲି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।