ଡିଏଫଓଙ୍କୁ ମିଳିଲା ଜାମିନ

Aug 1, 2018 - 15:06
 175
ଡିଏଫଓଙ୍କୁ ମିଳିଲା ଜାମିନ
କଟକ,୧ା୮(ସକାଳଖବର): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କେତନ ଆଚାର୍ଯ୍ୟଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହି ଓ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ ସର୍ତ୍ତ ରଖି ଏହି ଜାମିନ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗକ୍ରମେ ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନ ପକ୍ଷରୁ ଡିଏଫଓଙ୍କ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକ ସଂଗେ ଚଢାଉ କରି ୩.୨୨କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରିଥିଲା ।