ଜାତୀୟ ରାଜପଥ ମରଣଯନ୍ତା ; ଟ୍ରାଫିକ ଜାମ୍

Aug 14, 2018 - 19:34
 229
ଜାତୀୟ ରାଜପଥ ମରଣଯନ୍ତା ; ଟ୍ରାଫିକ ଜାମ୍
ଅନୁଗୋଳ ୧୪/୮(ସକାଳଖବର): ଅନୁଗୋଳ-ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଟିକେ ବର୍ଷା ହେଲେ ଖାଲଖମାରେ ପାଣି ଭରି ସୃଷ୍ଟି ହେଉଛି କୃତିମ ପୋଖରୀ । ଯଦ୍ୱାରା ଯାତାୟତ କରୁଥିବା ଗାଡ଼ିମଟର ଦୀର୍ଘ ସମୟ ଧରି ଅଟକି ରହିବା ଯୋଗୁ ଟ୍ରାଫିକ ସମସ୍ୟା ଉଦ୍ବେଗ ଜନକ ପରିସ୍ଥିତି ଦେଖାଦେଇଛି । ପ୍ରକାଶ ଯେ, ୫୫ ନମ୍ବର ଜାତୀୟ ରାଜପଥର ସିପିପି ଛକଠାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ସାଧାରଣ ବର୍ଷାରେ ପାଣି ଭରି ଯିବା ଯୋଗୁ ରାସ୍ତା ଦେଖା ଯାଉନାହିଁ । ତେଣୁ ଗାଡ଼ି ମଟର ଗୁଡ଼ିକ ଗାତରେ ବଡ଼ି ଦୁର୍ଘଟଣା ହେଉଛି । ସେହିଭଳି କାଣ୍ଡସର ପେଟ୍ରୋଲ ପମ୍ପ ନିକଟରେ ରାଜପଥର ଅବସ୍ଥା କହିଲେ ନସରେ । ଏଠାରେ ଟିକେ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହୁଛି । ଯଦ୍ୱାରା ଗାଡ଼ି ମଟର ଅଟକି ଯାଉଛି । ଆଜି ମଧ୍ୟ ସେହିଭଳି ଅବସ୍ଥା ଦେଖିବାକୁ ମିଳିଛି । ହଜାର ହଜାର ଗାଡ଼ି ମଟର ସିପିପି ଛକ ଠାରୁ ନାଲକୋ ଏବଂ କାଣ୍ଡସର ପେଟ୍ରୋଲ ପମ୍ପ ନିକଟରୁ ଅନୁଗୋଳ ଥାନା ଛକ ପର୍ଯ୍ୟନ୍ତ ହଜାର ହଜାର ଗାଡ଼ି ମଟର ଅଟକି ରହିଥିବା ଜଣାଯାଇଛି । ହେଲେ ଏଭଳି ଅବସ୍ଥା ଦୀର୍ଘ ଦିନ ଧରି ସମସ୍ୟା ଦେଖା ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପଡ଼ିଛି ।