ଜଷ୍ଟିସ ଉଦୟ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି!

Aug 4, 2022 - 10:03
 46
ଜଷ୍ଟିସ ଉଦୟ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି!
ନୂଆଦିଲ୍ଲୀ:ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନ ପ୍ରଧାନ ବିଚାରପତି ରାମନ୍ନା ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଲଳିତଙ୍କ ନାମ ସୁପାରିଶ କରିଛନ୍ତି। ଜଷ୍ଟିସ ଏନ୍‌ଭି ରମନ୍ନା ଗତବର୍ଷ ଏପ୍ରିଲ ୨୪ ତାରିଖରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ତାଙ୍କ ପୂର୍ବ ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ସ୍ଥାନ ନେଇଥିଲେ। ଜଷ୍ଟିସ ଏନ୍‌ଭି ରମନ୍ନା ୧୬ ମାସ ପରେ ୨୬ ଅଗଷ୍ଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବସର ନେବାକୁ ଯାଉଛନ୍ତି।