ଗ୍ୟାଙ୍ଗଷ୍ଟାର ଟିଟୋର ଘର ଉପରେ କ୍ରାଇମବ୍ରାଂଚର ଚଢାଉ

Jul 6, 2018 - 17:27
 154
ଭୁବନେଶ୍ୱର,୬/୭(ସକାଳଖବର); କେନ୍ଦ୍ରାପଡା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ସୟଦ୍ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋର ଦିଲ୍ଲାୱରପୁର ଗ୍ରାମ ସ୍ଥିତ ଘର ‘କୋବ୍ରା ମଂଜିଲ’ଉପରେ କ୍ରାଇମବ୍ରାଂଚ ପକ୍ଷରୁ ଚଢାଉ କରାଯାଇଛି । ମୋଟ ୬ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଚଢାଉ ବେଳେ ୫ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା । ଟିଟୋର ସହଯୋଗୀ ଓ ସମ୍ପର୍କୀୟଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ଟଙ୍କା ନେଣଦେଣ ଓ ଟେଣ୍ଡର ଫିକ୍ସି ମାମଲାରେ କ୍ରାଇବ୍ରାଂଚ ଅଧିକାରୀମାନେ ସହଯୋଗୀ ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଛି । ଅନ୍ୟପକ୍ଷରେ ପାରାଦୀପର ଉଦୟବଟ ଅଂଚଳରୁ ପୋଲିସ ଟିଟୋର ସହଯୋଗୀ ନିରଞ୍ଜନ ସାହୁକୁ ଉଠାଇ ଆଣି ଅଟକ ରଖିଥିବା ସୂଚନା ମିଳହିଛି ।