କ୍ୟାଟ ବାର ଆସୋସିଏସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା
କଟକ,୨୮ା୭(ସକାଳଖବର): କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ(କ୍ୟାଟ)ର କଟକ ବେଞ୍ଚ ବିଚାର ବିଭାଗୀୟ ସଦସ୍ୟ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆଯାଇଛି । କ୍ୟାଟ ବାର ଆସୋସିଏସନ ସଭାପତି ବିରେନ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟୀକାଳିନ ସଭାରେ ଉପ ସଭାପତି ସର୍ବେଶ୍ୱର ବେହେରା, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା, ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଶଶିଭୂଷଣ ଜେନା, କୈଳାଶ କାନୁନଗୋ, ଅମୀୟ କୁମାର ମହାନ୍ତି, ଅଗସ୍ତି କାନୁନଗୋ, ଡି କେ ବେହେରା, କୁଞ୍ଜ ସୁନ୍ଦର ଦାସ, କୈଳାଶ ଶତପଥୀ, ତ୍ରିଲୋଚନ ରଥ, ଦୁଃଶମନ୍ତ ବିଶ୍ୱାଳ, ପ୍ରବୀର ଜେନା, ଗଣେଶ୍ୱର ରଥ, ଦିଦ୍ୟସିଂହ ମିଶ୍ର, ହାଇକୋର୍ଟ ବାର ଆସୋସିଏସନ ଉପ ସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଜଜଙ୍କ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ ।