କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି

Aug 8, 2018 - 17:11
 178
କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି
ଭୁବନେଶ୍ୱର, ୮/୮ (ସକାଳଖବର):ଏଏସଆଇ କର୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି କରିଛନ୍ତି । ଭାରତୀୟ ଦର୍ଶକମାନଙ୍କ ପାଇଁ ପ୍ରବେଶ ଶୁଳ୍କରେ ୧୦ ଟଙ୍କା ବୃଦ୍ଧି କରିଥିବା ବେଳେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ବିନା ପୂର୍ବ ନିଦେ୍ର୍ଧଶନାମା କିମ୍ବା ସୂଚନାରେ ଏଭଳି ବୃଦ୍ଧି କରିଥିବାରୁ ସେଠାରେ ଉତେଜନା ପ୍ରକାଶ ପାଇଛି । ଭାରତୀୟ ପର୍ଯ୍ୟଟକଙ୍କ ପାଇଁପ୍ରବେଶ ଶୁଳ୍କ ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫୦୦ରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସକାଳୁ ଶୁଳ୍କ ବୃଦ୍ଧି ନେଇ ନୋଟିସ୍ ମରାଯାଇଥିବା ଦେଖିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।