କଂଗ୍ରେସ ପାଇଁ ବଲିଓଡ ଅଭିନେତା ରାଜ୍ ବବ୍ବରଙ୍କ ରୋଡ୍ ଶୋ

Apr 26, 2019 - 06:19
 145
ଭଦ୍ରକ, ୨୫/୪(ସକାଳଖବର): ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ତଥା ବଲିଓଡ ଅଭିନେତା ରାଜ ବବ୍ବରଙ୍କ ଏକ ବିଶାଳ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ରୋଡ ଶୋରେ କଂ୍େରଗସ ପ୍ରତି ବିପୁଳ ଜନ ସମର୍ଥନ ମିଳୁଥିବା ପରିଲକ୍ଷିତ ହୋଇଥିଲା । ନିର୍ଦ୍ଧାରିତ ସମୟ ୧୧ଟାରେ ରାଜ ବବ୍ବର ଭଦ୍ରକ ପୁରୁଣାବାଜାର ମହାବୀର ପଡିଆ ଠାରେ ହେଲିକ୍ୟାପ୍ଟର ଯୋଗେ ପହଂଚିଥିଲେ । ଶ୍ରୀ ବବ୍ବର ଓଡିଶା ପ୍ରଦେଶ ଦାୟିତ୍ୱରେ ଥିବା ସହପ୍ରଭାରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପହଂଚିବା ପରେ ଭଦ୍ରକ ଲୋକସଭା ପ୍ରାର୍ଥିନୀ ମଧୁମିତା ସେଠୀ, ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ତାଙ୍କୁ ସ୍ୱାଗତ କରିଥିଲେ । ପରେ ମହାବୀର ପଡିଆ ଠାରୁ ଏକ ବିଶାଳ ବାଇକ୍ ରାଲି ସହ ଖୋଲା ଜିପ୍ରେ ଭଦ୍ରକ ସହରର ପୁରୁଣା ବଜାର, ଗରଦପୁର, ପାଟଣା ସାହି,ସନ୍ଥିଆ, କଚେରି ବଜାର ନୂଆବଜାର ଦେଇ ଗୋଶାଳା ଛକ, କୁଆଁଶ, କଦମବେଢା ହୋଇ ପୁଣି ପୁରୁଣାବଜାରରେ ଏହି ଶୋଭାଯାତ୍ରା ପହଂଚିଥିଲା । ଏହି ଅବସରରେ କଂଗ୍ରେସ ନେତୃମଣ୍ଡଳୀ ଭଦ୍ରକର ସାଂସଦ ପ୍ରାର୍ଥିନୀ ଓ ବିଧାୟକ ପ୍ରାଥୀଙ୍କୁ ବହୁମତ ଦେଇ ଜୟଯୁକ୍ତ କରାଇବା ସହିତ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାସିନ କରାଇବାକୁ ଅନୁରୋଧ କରିଥିଲେ । ଭଦ୍ରକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ ଭଦ୍ରକର ସାମୁହିକ ବିକାଶ, ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରକ୍ଷା କରିବା, ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, ପୁରୁଣା ବଜାରରେ ଏକ ଉର୍ଦ୍ଧୁ ସିଟି ସ୍କୁଲ ପ୍ରତିଷ୍ଠା, ସେଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନ, ଭଦ୍ରକ ସହରର ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ଶୋଭାଯାତ୍ରାରେ ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ପିସିସି ସମ୍ପାଦକ ସେକ ଗୁଲାମ ମଇଉଦ୍ଧିନ, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ଜିଲ୍ଲା ଉପସଭାପତି ଅତୁଲ୍ୟ ନାୟକ, କାଉନସିଲର ଦିଲିପ ନାୟକ, ସେକ୍ ସମଦାନୀ, ଅସ୍ରଫ ଅଲ୍ଲି ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ଜିଲ୍ଲା ସେବାଦଳ ମୁଖ୍ୟ ସେକ୍ ନଇମ, ମୀର୍ଜା ଏକ୍ରାମ, ସେକ୍ ଜୁଲଫିକର, ଯାଦବ ନେତା ପ୍ରକାଶଜ୍ୟୋତି ମହାକୁଡ, ପୀତବାସ ଧଳ, ଜିଲ୍ଲା ସଂପାଦକ ପ୍ରଦିପ ନାୟକ, ଶଶୀକାନ୍ତ ଜେନା, ସେକ୍ ବବି, ସେକ ଇଲିୟାସ, ରାଜିବ ଲୋଚନ ନାୟକ, ପିଙ୍କୁ ଚକ୍ରବର୍ତୀ, ସତ୍ୟ ପୁହାଣ, ଚନ୍ଦ୍ରକାନ୍ତ ମହାପାତ୍ର, ସେକ୍ ଜକିରୁଦ୍ଧିନ, ସେକ୍ ବୁଗଦାଦ, ଅନନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ନଳିନୀଙ୍କ ପ୍ରତି ବହୁ ଜନ ସମର୍ଥନ ଦେଖିବାକୁ ମିଳିଥିଲା ।