ଓଡ଼ିଶା ଅତିଥି ଭବନ କାର୍ଯ୍ୟାଦେଶ ବାତିଲ ମାମଲା

Jun 20, 2018 - 20:50
 203
କଟକ,୨୦ା୬(ସକାଳଖବର): ପୂର୍ବତଟ ରେଳବାଇରୁ ଟେଣ୍ଡର ହାସଲ କରି ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥା ମହିମା ଇଂଜିନିୟରିଂ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ରେଳବାଇ ପକ୍ଷରୁ ଅନୀଦ୍ରେୟ ମିଶ୍ର ହାଜର ହୋଇ ଜବାବ ରଖିବା ପାଇଁ ମହଲତ ଲୋଡିଥିଲେ । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨ସପ୍ତାହ ପରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି ।