ଓଆରଏଚଡିସି ଦୁର୍ନୀତି ମାମଲା: ଏନବିଡବ୍ଲ ଚାଲେଞ୍ଜକୁ ଖାରଜ କଲେ ହାଇକୋର୍ଟ,

Jul 26, 2018 - 19:51
 180
ଓଆରଏଚଡିସି ଦୁର୍ନୀତି ମାମଲା: ଏନବିଡବ୍ଲ ଚାଲେଞ୍ଜକୁ ଖାରଜ କଲେ ହାଇକୋର୍ଟ,
କଟକ,୨୬ା୭(ସକାଳଖବର): ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ଜାରି କରିଥିବା ଗିରଫ ବିହୀନ ପରୱାନା (ଏନବିଡବ୍ଲୁ୍ୟ)କୁ ଚାଲେଞ୍ଜ କରି ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି । ଆସନ୍ତା ୪ତାରିଖ ପୂର୍ବରୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ କୋର୍ଟ ନିଦେ୍ର୍ଧଶ ଦେବା ସହ ଏହି ମାମଲାରେ ନିମ୍ନ ଅଦାଲତ ଦଣ୍ଡବିଧାନ ଉପରେ ଶୁଣାଣି କରିବେ ବୋଲି ଦର୍ଶାଇଛନ୍ତି । ଏଥିସହ ଏହି ସମୟ ମଧ୍ୟରେ ଏନବିଡବ୍ଲୁ୍ୟ କାର୍ଯ୍ୟକାରୀ ନକରିବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ପଣ୍ଡା ଇନଫ୍ରା ଆବେଦନ ଖାରଜ କଲେ ହାଇକୋର୍ଟ