ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ଓଜେଇଇ ସିଟ୍‌ ଆଲଟ୍‌ମେଣ୍ଟ

Nov 9, 2021 - 08:08
 72
ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ଓଜେଇଇ ସିଟ୍‌ ଆଲଟ୍‌ମେଣ୍ଟ
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍‌, ବି.କ୍ୟାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମର ୧ମ ପର୍ୟ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ପରେ ୧୨ ତାରିଖ ଯାଏ ଅନ୍‌ଲାଇନ୍‌ ରିପୋର୍ଟିଂ ଚାଲିବ । ଏହି ସମୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ଫି ଦାଖଲ କରିବା ସହ ଡକ୍ୟୁମେଣ୍ଟ ସବୁ ଅପଲୋଡ୍‌ କରିବେ । ଆଜିଠୁ ୧୩ ତାରିଖ ପର୍ୟ୍ୟନ୍ତ ସିଟ୍‌ ବଣ୍ଟନ ପ୍ରକ୍ରିୟାରୁ ନିଜକୁ ବାହାର ମଧ୍ୟ କରିପାରିବେ । ପରେ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍‌ ର‌୍ୟାଙ୍କଧାରୀ ଓ ସ୍ୱତନ୍ତ୍ର ଓଜେଇଇରେ ର‌୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ୧୦ରୁ ୧୫ ତାରିଖ ଭିତରେ ଚଏସ୍‌ ଲକିଂ ସହ ପଞ୍ଜୀକରଣ କରିପାରିବେ । ୧୮ ତାରିଖରେ ୨ୟ ପର୍ୟ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ବାହାରିବ । ଏହି ପର୍ୟ୍ୟାୟ ନାମଲେଖା ପାଇଁ ୧୮ରୁ ୨୦ ଅନ୍‌ଲାଇନ୍‌ ରିପୋର୍ଟିଂ ହେବ । ୨୫ ତାରିଖରେ ଶେଷ ପର୍ୟ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ । ଏହାର ନାମଲେଖା ୨୫ ଓ ୨୬ ତାରିଖ ହେବ ।