ଆଖୁ ଚାଷୀଙ୍କ ପାଇଁ ୫୫୩୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

Sep 26, 2018 - 18:38
 204
ଆଖୁ ଚାଷୀଙ୍କ ପାଇଁ  ୫୫୩୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା
ନୂଆଦିଲ୍ଲୀ, ୨୬/୯ (ସକାଳଖବର):ଖାସ୍ କରି ଆଖୁ ଚାଷୀଙ୍କ ପାଇଁ ରହିଛି ଖୁସିର ଖବର। କେନ୍ଦ୍ର ସରକାର ଚିନି ପାଇଁ ୫୫୩୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଦେଶରେ ଚିନିର ଉପôାଦନ ଆବଶ୍ୟକତାଠାରୁ ଅଧିକ ହେଉଥିବା ଦୃଷ୍ଟିରେ ରଖି ଏହି ସମସ୍ୟାର ପ୍ରତିକାର ପାଇଁ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଏକ ବିସ୍ତୃତ ନୀତିକୁ ମଞ୍ଜୁରି ଦେଇଛନ୍ତି । ବର୍ତମାନ ବିଭିନ୍ନ ଚିନି କଳରେ ବ୍ୟାପକ ପରିମାଣର ଚିନି ମହଜୁଦ ଥିବା ବେଳେ ୨୦୧୮-୧୯ ଋତୁରେ ଅଧିକ ଚିନି ଉପôାଦନର ସମ୍ଭାବନା ରହିଛି ।ଏହାଦ୍ୱାରା ବିଭିନ୍ନ ଚିନି କଳ ଉପରେ ଆଖୁ ଯୋଗାଉଥିବା କୃଷକଙ୍କ ଅର୍ଥ ବକେୟା ରହିବା ଏବଂ ଚିନି କଳଗୁଡ଼ିକରେ ଲିକୁ୍ୟଡିଟି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପରିଣାମ ସ୍ୱରୂପ କୃଷକମାନଙ୍କ ବକେୟା ଆଖୁ ମୂଲ୍ୟରେ ଅପ୍ରତ୍ୟାଶିତ ରୂପରେ ଉଚ୍ଚ ବୃଦ୍ଧି ହେବ । ଚିନି ଋତୁ ୨୦୧୮-୧୯ରେ ରପ୍ତାନି ବଢ଼ାଇବା ଲାଗି ଅନ୍ତରୀଣ ପରିବହନ, ଲଦିବା,ହ୍ୟାଣ୍ଡଲିଂ ଏବଂ ଅନ୍ୟ ଶୁଳ୍କ ଉପରେ ଆୟର ଖର୍ଚ୍ଚ ବହନ କରି ଚିନି ମିଲଗୁଡ଼ିକୁ ସହାୟତା ପ୍ରଦାନ କରାଯିବ । ଏହାର ଅନ୍ତର୍ଗତ ବନ୍ଦରଗୁଡ଼ିକ ଠାରୁ ୧୦୦ କିମି ମଧ୍ୟରେ ପ୍ରତିଷ୍ଠିତ ଚିନି କଳଗୁଡ଼ିକ ପାଇଁ ୧୦୦୦/ଏମଟି ଟଙ୍କା ଏବଂ ଉପକୂଳବର୍ତୀ ରାଜ୍ୟଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିରେ ଥିବା ଚିନି କଳଗୁଡ଼ିକ ପାଇଁ ୩୦୦୦/ଏମଟି ଦର କିଙ୍କା ବାସ୍ତବିକ ଖର୍ଚ୍ଚ ଆଧାରରେ ଖର୍ଚ୍ଚ ବହନ କରାଯିବ । ଏଥିପାଇଁ ପାଖାପାଖି ମୋଟ ୧୩୭୫ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସରକାର ଏହାକୁ ବହନ କରିବେ । କୃଷକମାନଙ୍କ ଆଖୁ ବିକ୍ରି ବାବଦ ଅର୍ଥରାଶି ପରିଶୋଧ କରିବାରେ ଚିନି କଳଗୁଡ଼ିକୁ ସହାୟତା କରିବା ଲାଗି ସରକାର ଚିନି କଳଗୁଡ଼ିକୁ ଚିନି ଋତୁ ୨୦୧୮-୧୯ରେ ୧୩.୮୮ ଟଙ୍କା ପ୍ରତି କୁଇଂଟାଲ ପେସା ହୋଇଥିବା ଆଖୁ ଦରରେ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତି ନେଇଛନ୍ତି । ଯାହାଦ୍ୱାରା ଆଖୁର ଖର୍ଚ୍ଚ ଆଡଜଷ୍ଟ ହୋଇପାରିବ । ଏହି ସହାୟତା କେବଳ ସେହି ଚିନିକଳଗୁଡ଼ିକୁ ଦିଆଯିବ ଯେଉଁମାନେ ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସର୍ତ ପୂରଣ କରୁଛନ୍ତି । ଏଥିପାଇଁ ମୋଟ ୪୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସରକାର ଏହାକୁ ବହନ କରିବେ ।