। ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ଏସ୍ପି ଅଫିସ ଘେରିଲେ ମହିଳା

Aug 24, 2018 - 18:27
 143
।  ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ଏସ୍ପି ଅଫିସ ଘେରିଲେ ମହିଳା
ଅନୁଗୋଳ ୨୪/୮ (ସକାଳକବର): ଗତ ୧୫ତାରିଖରେ ଅନୁଗୁଳ ସହର ଉପକଣ୍ଠସ୍ଥ ଆଙ୍କୁଲା ଗ୍ରାମରେ ଜନୈକ ମହିଳାଙ୍କୁ ଜଣେ ଅସାମାଜିକ ଯୁବକ ଅସଦାଚରଣ କରି ଧମକଚମକ ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ପୂର୍ବାହ୍ନରେ ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନ ଆଙ୍କୁଲା ଗ୍ରାମ କମିଟି ନେତୃତ୍ୱରେ ଶତାଧିକ ମହିଳା ଷ୍ଟାଡିୟମ୍ ପଡିଆ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ୍ ମାନଦେଇ ବଜାର ପରିକ୍ରମା କରିବା ପରେ ଏସ୍.ପି. ଅଫିସ୍ ଠାରେ ପହଞ୍ଚôଥିଲେ । ସେଠାରେ ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା ସଭାନେତ୍ରୀ ମନେ୍ଦାଦରୀ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ମହିଳା ସାଂସ୍କୃତିକ ସଂଗଠନର ଆଙ୍କୁଲା ଗ୍ରାମ କମିଟି ସଭାନେତ୍ରୀ ଚମ୍ପା ବିଶ୍ୱାଳ, ସମ୍ପାଦିକା ନୟନା ସାହୁ, ଜିଲ୍ଲା ସମ୍ପାଦିକା ମାନସୀ ସ୍ୱାଇଁ, ସଂଗଠିକା ସରୋଜିନୀ ନାୟକ, ପ୍ରମିଳା ପଣ୍ଡା, ପ୍ରତିମା ବେହେରା, ପ୍ରଗତିବାଳା ନାୟକଙ୍କ ସମେତ ନିର୍ମଳ ସାହୁ ପ୍ରମୁଖ ବକ୍ତବ୍ୟଦେଇ ଆସାମୀକୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତିଦେବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା, ମଦ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସମେତ ଅଶ୍ଳୀଳତା ଅପସଂସ୍କୃତିର ପ୍ର·ର ପ୍ରସାର ବନ୍ଦ କରିବାକୁ ଦାବି କରିଥିଲେ । ବିକ୍ଷୋଭସ୍ଥଳରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦାବିପତ୍ର ଗ୍ରହଣ କରିବାସହ ଆସାମୀକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ଶେଷ ହୋଇଥିଲା ।