ଅନୁଗୋଳ ବିଜେପିର କମଳଜ୍ୟୋତି ଦୀପାବଳୀ ପାଳନ

Feb 26, 2019 - 18:57
 198
ଅନୁଗୋଳ, ୨୬/୨(ସକାଳଖବର): ଅନୁଗୋଳ ବିଜେପି ତରଫରୁ ଆଜି ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରଠାରେ କମଳଜ୍ୟୋତି ଦୀପାବଳୀ ଦିବସ ପାଳନ କରାଯାଇଛି । ଏଥିରେ ପ୍ରଥମେ ପୁଲବାମା ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନ କରାଯାଇଥିଲା । ଏବଂ ମୋଦୀଙ୍କର ଲୋକାମୁଖି ଯୋଜନାରେ ଲାଭାର୍ଥୀମାନଙ୍କ ସହିତ ମିଶି ଦୀପ ପ୍ରଜ୍ଜଳନ କରି କମଳଜ୍ୟୋତି ଦୀପାବଳୀ ସମର୍ପଣ ଦିବସ ପାଳନ କଲେ । ୨୦୧୯ରେ ମୋଦୀଙ୍କୁ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ କରିବା ପାଇଁ ଶପଥ ନେଲେ । ଏଥିରେ ବହୁ ସଂଖ୍ୟକ ଲାଭାର୍ଥୀଙ୍କ ସହିତ ନଗର ସଭାନେତ୍ରୀ ନମିତା ଦଳବେହେରା, ଜିଲା ଓବିସି ମୋର୍ଚ୍ଚା ସଭାପତି ଦିଲ୍ଲୀପ ପ୍ରଧାନ, ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ମହମ୍ମଦ ସାବିର, ଚନ୍ଦନ ପଣ୍ଡା, ରୋଜାଲିନ ଦାସ, ସୁଷମା ବେହେରା, ସୁଚିଶ୍ଚିତା ତ୍ରିପାଠୀ, ରାଜକିଶୋର ଅଗ୍ରୱାଲ, ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।