ଅଦାଲତରେ ଅବଦୁର ରେହମାନ ସାକ୍ଷ୍ୟ ଗ୍ରହଣ

May 9, 2018 - 14:14
 171
କଟକ,୯ା୫(ସକାଲଖବର): ଉଗ୍ରବାଦୀ ସଂଗଠନ ଅଲ୍ କଏଦାର ସଦସ୍ୟ କୁହାଯାଉଥିବା ଅବଦୁର୍ ରହେମାନ୍ ବିରୋଧରେ ବି·ରାଧୀନ ମାମଲାରେ ବୁଧବାର ସାକ୍ଷ୍ୟ ଗ୍ରହଣ ହୋଇଛି । ତେବେ ଚୌଦ୍ୱାର ଜେଲରେ ଥିବା ଅବଦୁରକୁ ଜିଲ୍ଲା ଓ ଦୌରା ଜଜ୍ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ହାଜର କରାଯାଇଥିଲା । ସୂଚନାଦାତା ତଥା ଜଗତପୁର ଥାନା ପୂର୍ବତନ ଆଇଆଇସି ରଞ୍ଜିତ ପୃଷ୍ଟି କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ଆସନ୍ତା ଜୁନ ମାସ ୨୫ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍ ଓରଫ ରମଜାନୀଙ୍କ ସାକ୍ଷ୍ୟ ଗ୍ରହଣ ସରିଛି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକୁ୍ୟଟର କ୍ଷେତ୍ରବାସୀ ବେହେରା ମାମଲା ପରି·ଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ରହେମାନକୁ ଦିଲ୍ଲୀ ପୁଲିସ କମିସନରେଟ୍ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା ।