ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ରୁପେ କିସାନ କାଡର଼୍ ଓ ମାଇକ୍ରୋ ଏଟିଏମ : ସୂର୍ଯ୍ୟ

May 12, 2018 - 14:03
 223
ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ରୁପେ କିସାନ କାଡର଼୍ ଓ ମାଇକ୍ରୋ ଏଟିଏମ : ସୂର୍ଯ୍ୟ
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଜୟଦେବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଲେ ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୫୪.୨୭ ଲକ୍ଷ ମେଟି୍ରକ ଟନର ରେକଡର଼୍ ପରିମାଣର ଧାନ ସଂଗ୍ରହ କରିଛନ୍ତି । ରାଜ୍ୟର ସମସ୍ତ ଧାନ ସଂଗ୍ରହକାରୀ ବ୍ଲକରେ ଧାନ ସଂଗ୍ରହ କାର୍ଯ୍ୟର ସୁପରିଚାଳନା ପାଇଁ କମ୍ପୁ୍ୟଟରୀକରଣ କରାଯାଇଛି । ବିଗତ ୪ ବର୍ଷ ମଧ୍ୟରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୧୨.୬୦ ଲକ୍ଷକୁ ବୃଦ୍ଧି ପାଇଛି । ଖରିଫ ଧାନ ସଂଗ୍ରହ ସମୟରେ ୭ ଲକ୍ଷ ଚାଷୀଙ୍କୁ ୫୯୦୦ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସଠିକ ପର୍ଯ୍ୟାଲୋଚନା ନିମନ୍ତେ ୨୦୧୬ମେ’ରୁ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଗଠନ କରାଯାଇଛି । ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟରେ ରାସନ କାଡର଼୍ ପରିଚାଳନା କେନ୍ଦ୍ର ଖୋଲାଯାଇ ଲୋକଙ୍କୁ ବର୍ଷ ତମାମ ସେବା ଯୋଗାଇ ଦିଆଯାଉଛି । ଖାଦ୍ୟ ସାମଗ୍ରୀ ଯୋଗାଣକୁ ସ୍ୱଚ୍ଛ କରିବା ପାଇଁ ଅନଲାଇନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସମବାୟ ବିଭାଗ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ଚାଷୀମାନଙ୍କୁ ୧% ସୁଧରେ ୫୦ ହଜାର ଟଙ୍କା ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯାଉଥିବାବେଳେ ୨% ହାରରେ ୫୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଋଣ ଆବଂଟନ କରାଯାଉଛି । ଗତ ୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ୩୯୧୩୩.୯୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସୁଧ ରିହାତି ବାବଦରେ ରାଜ୍ୟ ସରକାର ୧୪୬୬.୭୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ସୁଧ ରିହାତି ଦେବା ପାଇଁ ୪୬୮ କୋଟି ୮୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ଏହାଛଡ଼ା ଶସ୍ୟ ଅମଳ ଖଳା ଓ ଗୋଦାମ ଗୃହ ମଧ୍ୟ ନିର୍ମାଣ କରାଯାଉଛି । ୨୦୧୮ ଅଗଷ୍ଟ ସୁଦ୍ଧା ମାଇକ୍ରୋ ଏଟିଏମ ସ୍ଥାପନ ପାଇଁ ଲକ୍ଷ୍ୟ ରହିଥିବାବେଳେ ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ରୁପେ କିସାନ କାଡର଼୍ ପ୍ରଦାନ କରାଯିବ । ଭାଗଚାଷୀମାନଙ୍କୁ ଅଧିକ ଋଣ ପ୍ରଦାନ ପାଇଁ ଯୁଗ୍ମଦେୟ ଗୋଷ୍ଠୀ ଗଠନ କରାଯାଇ ଫସଲ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ମେ’ ପ୍ରଥମ ସପ୍ତାହରୁ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ପାକସଗୁଡ଼ିକ ଦ୍ୱାରା ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଜାରିରହିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।