୬ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା, ଜଗବନ୍ଧୁଙ୍କୁ ୯ ଦିନିଆ ହେପାଜତରେ ନେଇ ପଚରାଉଚରା କରିବ ଇଡି

Dec 13, 2022 - 14:33
 42
୬ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା, ଜଗବନ୍ଧୁଙ୍କୁ ୯ ଦିନିଆ ହେପାଜତରେ ନେଇ ପଚରାଉଚରା କରିବ ଇଡି
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେବ। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ସେହିଭଳି ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଅର୍ଚ୍ଚନା ଆଜି ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି। ଜଗବନ୍ଧୁ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ।