ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା: ୧୪ ଆଇନଜୀବୀ ଗିରଫ

Dec 13, 2022 - 06:02
 41
ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା: ୧୪ ଆଇନଜୀବୀ ଗିରଫ
ସମ୍ବଲପୁର: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୁଲିସ ଏଯାଏ ୧୪ଜଣ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ବି ଚଢ଼ଉ ଜାରି ରହିଛି।ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର। ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି। ନିଷିଦ୍ଧାଂଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ । ଏହା ସହ ୫ରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ।