୪୦ ମାଇଲ ବ୍ୟାପୀ ଲମ୍ବିଛି ରୁଷର ସାମରିକ ଯାନ, କିନ୍ତୁ କିଭ୍‌କୁ ପଶିପାରୁନି

Mar 7, 2022 - 10:07
 70
୪୦ ମାଇଲ ବ୍ୟାପୀ ଲମ୍ବିଛି ରୁଷର ସାମରିକ ଯାନ, କିନ୍ତୁ କିଭ୍‌କୁ ପଶିପାରୁନି
ନୂଆଦିଲ୍ଲୀ: ଯେତେ ଚେଷ୍ଟା କଲେ ମଧ୍ୟ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ପଶିପାରୁ ନାହିଁ ରୁଷ ସେନା। ୧୨ ଦିନ ଧରି ରୁଷ ଘମାଘୋଟ୍‌ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ ସ୍ୱପ୍ନ ପୂରଣ ହୋଇ ପାରିନି। ପ୍ରାୟ ୪୦ ମାଇଲ ବ୍ୟାପୀ ଲମ୍ବିଥିବା ରୁଷ୍‌ର ସାମରିକ ଯାନ ଗତ କିଛି ଦିନ ହେଲା ଆଗେଇ ପାରୁନି। କିଭ୍‌ର ଉପକଣ୍ଠ ଅଞ୍ଚଳରେ ଏହି ସେନା ପହଞ୍ଚି ସାରିଥିଲେ ମଧ୍ୟ ଆଗକୁ ବଢ଼ି ପାରୁନି। ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି। କିଛି ଦିନ ପୂର୍ବରୁ ସାଟେଲାଇଟରୁ ଏହି ଚିତ୍ର ଆସିଥିଲା। ହେଲେ କିଛି ଦିନ ହେଲା ରୁଷ ସେନାର ଅଗ୍ରଗତି ଏକ ପ୍ରକାର ଠପ୍‌ ହୋଇଛି। ବିଭିନ୍ନ ଉପାୟରେ ରୁଷ ସେନାର ପଥକୁ ୟୁକ୍ରେନ୍‌ ସେନା ଅବରୋଧ କରିଥିବା କୁହାଯାଉଛି।