୩୦% ପ୍ରତିଶତ ଦର ବୃଦ୍ଧି ସତ୍ତ୍ବେ ଦୋକାନରେ ବାଣ କିଣିବାକୁ ଗ୍ରାହକଙ୍କ ପ୍ରବଳ ଆଗ୍ରହ

Oct 23, 2022 - 14:01
 50
୩୦% ପ୍ରତିଶତ ଦର ବୃଦ୍ଧି ସତ୍ତ୍ବେ ଦୋକାନରେ ବାଣ କିଣିବାକୁ ଗ୍ରାହକଙ୍କ ପ୍ରବଳ ଆଗ୍ରହ
ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଦେଶରେ ଉତ୍ସାହ ଦେଖାଯାଇଛି। ଓଡ଼ିଶାରେ ମଧ୍ୟ ଦୀପାବଳି ପାଇଁ ଗାଁରୁ ସହର ଯାଏଁ ଉତ୍ସବର ମାହୋଲ ଦେଖାଯାଇଛି। ରାତି ପାହିଲେ ସୋମବାର ଦିନ ଦୀପାବଳି ପାଳନ ହେବ। ଏଥି ପାଇଁ ଲୋକେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ସାମଗ୍ରୀ କିଣିବାରେ ବଜାରରେ ବ୍ୟସ୍ତ ଦେଖାଯାଉଛନ୍ତି। କୋଭିଡ-୧୯ କାରଣରୁ ୨୦୨୦ ଓ ୨୦୨୧ ମସିହାରେ କଟକଣାର ସହିତ ଦୀପାବଳି ପାଳନ ହୋଇଥିଲା। ଗତ ୨ ବର୍ଷର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ମିଳିଥିଲା। କିନ୍ତୁ ଏଥର ବାଣ ଫୁଟାଇବାକୁ ସରକାର ଅନୁମତି ପ୍ରଦାନ କରିଥିବାରୁ ଲୋକେ ଉତ୍ସାହିତ ଦେଖାଯାଇଛି। ତେବେ ଚଳିତ ବର୍ଷ ବାଣ ଦର ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ବାଣ ପାଇଁ ଖୋଲାଯାଇଥିବା ରାଜଧାନୀର ୩୦ଟି ସ୍ଥାନରୁ ଯଦି ବାଣ କିଣିବେ ଭଲ ଦରରେ ମିଳି ଯାଉଛି। ତଥାପି ବାଣ ବଜା‌ରରେ ମଧ୍ୟ ୩୦ ପ୍ରତିଶତ ଦର ବୃଦ୍ଧି ହୋଇଛି। ଏତଦ୍‌ ବ୍ୟତୀତ ସହରର ଗଳି କନ୍ଦିରେ ଥିବା ଦୋକାନରେ ବାଣ ଦର ଆକାଶ ଛୁଆଁ ହୋଇଛି। ଏଠାରେ ବାଣ ଦର ବିଗତ ଦିନ ତୁଳନାରେ ୫୦ରୁ ୮୦ ପ୍ରତିଶତ ପ୍ରତିଶତ ବୃଦ୍ଧି ପାଇଛି। କୁମ୍ପି ବାଣ ପୂର୍ବରୁ ଯାହା ୩୦ ଟଙ୍କା ଥିଲା, ଏବେ ତାହା ୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଛୋଟ ପିଲାଙ୍କ ପାଇଁ ବାଉଁଶ କାଠିରେ ତିଆରି ଶବ୍ଦ ହେଉ ନଥିବାର ରଂଗ‌ୋଲି ବାଣ ପୂର୍ବରୁ ୫ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଏବେ ଏହା ୧୦ ଟଙ୍କାରେ ବିକ୍ରି ହେଉଛି।