୧୨ ଘଣ୍ଟାରେ ଦୁଇଟି ରାଜନୈତିକ ହତ୍ୟାକାଣ୍ଡ: ଜଳୁଛି କେରଳ ରାଜନୀତି, ଆଲାପୁଜାରେ ୧୪୪ ଧାରା

Dec 19, 2021 - 05:39
 78
୧୨ ଘଣ୍ଟାରେ ଦୁଇଟି ରାଜନୈତିକ ହତ୍ୟାକାଣ୍ଡ: ଜଳୁଛି କେରଳ ରାଜନୀତି, ଆଲାପୁଜାରେ ୧୪୪ ଧାରା
କୋଚି ୧୯/୧୨: କେରଳରେ ଦୁଇଟି ରାଜନୈତିକ ହତ୍ୟା କେରଳର ରାଜନୀତିକୁ ଗରମ କରିଦେଇଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ହତ୍ୟା ଘଟଣା ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି କରିଛି । ଫଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହାସହ ଘଟଣାକୁ ମଧ୍ୟ CM ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ରବିବାର ସକାଳେ ଆଲାପୁଜାଠାରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା । ମୃତକଙ୍କ ନାମ ରଣଜିତ୍ ଶ୍ରୀନିବାସନ୍, ଯିଏକି ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । କୁହାଯାଉଛି ଯେ ସକାଳେ କିଛି ଲୋକ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରିଥିଲେ । ଏହାପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ଦଳ ଆରଏସଏସକୁ ଦାୟୀ କରିଛି । ଏସଡିପିଓ ନେତା କେ.ଏସ୍ ଶାନଙ୍କ ପ୍ରତିଶୋଧ ନେଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କୁ ହତ୍ୟା କରିବା ପରେ କଲେକ୍ଟର ଦୁଇ ଦିନ ପାଇଁ ଆଲାପୁଜାଠାରେ ସେକ୍ସନ୍ ୧୪୪ ଲଗାଇଛନ୍ତି । ଏଥିସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଲାପୁଜାରେ ଉଭୟ ନେତାଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି ।