ାୟତ୍ତ ଶାସନ ଦିବସ ଉଦ୍ଘାଟିତ

Aug 31, 2018 - 18:41
 159
ବାରିପଦା,୩୧/୦୮ (ସକାଳଖବର): ବାରିପଦା ପୌର ପରିଷଦ ପକ୍ଷରୁ ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା । ପୌରପରିଷଦର ୨୮ ଗୋଟି ୱାଡର଼୍ରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ଗାନ ଓ ପୂର୍ବାହ୍ନ ୭.୩୦ମିନିଟ ସମୟରେ ସହର ମଧ୍ୟରେ ରହିଥିବା ବିଭିନ୍ନ ମହାପୁରୁଷମାନଙ୍କର ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ୧୦ଟାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ କରକମଳରେ ଜାତୀୟ ପତାକା ଉତ୍ତୋଳନ, ୧୦.୧୦ମିନିଟ ସମୟରେ ପୌରପରିଷଦ ମଧ୍ୟରେ ରହିଥିବା ପରିଷଦର ପ୍ରଥମ ଉପନଗରପାଳ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଭକ୍ତିପୁତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ଶ୍ରୀନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ୱାୟତ୍ତ ଶାସନ ଦିବସ ସମାରୋହର ଶୁଭ ଉଦ୍ଘାଟନ କରିଥିଲେ । ପୌରପରିଷଦର ଅଧ୍ୟକ୍ଷା ବବିତା ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବାରିପଦା ଉଲଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ସ୍ୱାୟତ୍ତ ଶାସନ ବିବସ ପାଳନର ଲକ୍ଷ୍ୟ, ଉଦେ୍ଧଶ୍ୟ ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ସୁବିଧା ଅସୁବିଧା ଓପରେ ଆଲୋକପାତ କରିଥିଲେ ।