ହାଲ୍ରେ ଦୁର୍ଘଟଣା

Aug 8, 2019 - 17:59
 161
ସୁନାବେଡ଼ା, ୮/୭(ସକାଳଖବର): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହାଲ୍ ର ସୁଖୋଇ ଫ୍ୟାକ୍ଟ୍ରିରେ ଆଜି କମ୍ପ୍ରେସର ଫାଟି ଜଣେ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାମ ସୁଦାମ ମହାନ୍ତି ବୋଲି ଜଣାପଡିଛି । ହାଲ୍ ର ମେକାନିକାଲ୍ ହେଡ୍ ସୁଦାମ ଆଜି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ କୌଣସି କାରଣରୁ କମ୍ପ୍ରେସର ଫାଟି ଯାଇଥିଲା । ଏଥିରେ ସେ ଗୁରୁତର ହୋଇ ପଡିଥିଲେ । ଦୁର୍ଘଟଣାରେ ତାଙ୍କ ଶରୀରର ପ୍ରାୟତଃ ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ହାଲ୍ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା ।