ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା: ୩୬ ଘଣ୍ଟିଆ ବନ୍ଦ ଡାକରା ଦେଲା ହନୁମାନ ସମନ୍ଵୟ ସମିତି LatestLeadingରାଜ୍ୟ

Apr 13, 2023 - 09:31
 29
ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା: ୩୬ ଘଣ୍ଟିଆ ବନ୍ଦ ଡାକରା ଦେଲା ହନୁମାନ ସମନ୍ଵୟ ସମିତି LatestLeadingରାଜ୍ୟ
ସମ୍ବଲପୁର: ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଯାଏ ନିଜ ନିଜର ଦୋକାନ ବଜାର ବନ୍ଦ ରଖିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତିର ସଭାପତି ଡାକ୍ତର ରାଜକୁମାର ବଡ଼ପଣ୍ଡା ଓ ସଂପାଦକ ସମୀରରଂଜନ ବାବୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାକୁ ସମିତି ପକ୍ଷରୁ ନିନ୍ଦା କରାଯାଇଥିଲା। ସହରରେ ଶାନ୍ତି ବଜାୟ ରଖିବାକୁ ବି ନିବେଦନ ହୋଇଥିଲା। ସମ୍ବଲପୁର ହନୁମାନ ସମନ୍ଵୟ ସମିତି ପକ୍ଷରୁ ଆହୁରି କୁହାଯାଇଛି ଯେ ଆସନ୍ତାକାଲି ହନୁମାନଙ୍କ ଜୟନ୍ତ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ। ଏହି ସମ୍ବଲପୁର ବନ୍ଦ ଡାକରାକୁ ବିଜେପି ପକ୍ଷରୁ ବି ସମର୍ଥନ କରାଯାଇଛି। ହନୁମାନ ଜୟନ୍ତୀରେ ଆସନ୍ତାକାଲି ସମ୍ବଲପୁରରେ ଶୋଭାଯାତ୍ରା ବାହାରିବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି। ବିଭିନ୍ନ କମିଟି ସହ ବୈଠକ ପରେ ସେ କହିଛନ୍ତି, ସନ୍ଧ୍ୟା ୭ଟାରୁ ସହରର ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା। ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି। ଶୋଭାଯାତ୍ରା ସମୟରେ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି। ଏଣେ ଆଜି ପୁଲିସ ପକ୍ଷରୁ ଅପରାହ୍ଣ ୫ଟାରେ ଜିଲ୍ଲା ସ୍କୁଲ ଛକରୁ ମୋତିଝରଣ ଦେଇ ଗେଙ୍ଗୁଟିପାଲି ଯାଏ ଫ୍ଲାଗମାର୍ଚ୍ଚ କରାଯିବ। ଏହି ମାମଲାରେ ୪୩ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୋଷୀ ପ୍ରମାଣିତ ହୋଇଥିବା ଜଣାଯାଇଛି।