ପ୍ରେମିକାକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟାକଲା ପ୍ରେମିକ

Mar 11, 2022 - 14:03
 63
ପ୍ରେମିକାକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟାକଲା ପ୍ରେମିକ
ଉଦଳା ୧୧/୦୩ : ପ୍ରେମିକ ସାଜିଲା ସଇତାନ । ଅତି ବିଭତ୍ସ ଭାବେ ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମିକାକୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଖୁଣ୍ଟା ଥାନା ରାଇଡିହି ଗାଁରେ ଘଟିଛି । ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗାଁର ବୁଦ୍ଧୁନି ହେମ୍ବ୍ରମ୍ ଗତକାଲି ରାଇଡିହି ଗ୍ରାମକୁ ବୁଲିବାକୁ ଯାଇଥିଲେ । ରାଇଡିହି ଗାଁରେ ବୁଦ୍ଧୁନିଙ୍କ ସଂପର୍କୀୟ ଘର ହୋଇଥିବା ବେଳେ ସେଠାରୁ ଫେରି ଉଭୟ ଏକ ବାଇକରେ ବୁଲିବାକୁ ଯାଇଥିଲେ। ରାଇଡିହି ପାଖରେ ଥିବା ଏକ ନଦୀକୁ ବୁଦ୍ଧୁନି ଗାଧୋଇବାକୁ ଯାଇଥିବା ବେଳେ ମୁନୁ ତାଙ୍କ ପଛରେ ଯାଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ତାହା ଏତେ ଉଗ୍ରରୂପ ନେଇଥିଲା ଯେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ । ମୁନୁ ଏକ ବଡ଼ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥିଲା । ଫଳରେ ବୁଦ୍ଧୁନି ତଳେ ପଡ଼ିଯାଇଥିଲା। ପରେ ମୁନୁ ବୁଦ୍ଧୁନିକୁ ଅତି ନିର୍ମମ ଭାବେ ଏକ ପଥରରେ ଛେଚି ହତ୍ୟା କରିଥିଲା । ଅନ୍ୟପଟେ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି । ଏହି ଖବର ଜଣାପଡିବା ପରେ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ଅଭିଯୁକ୍ତ ମୁନୁକୁ ପୋଲିସ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ଓ ଉଭୟ ପ୍ରେମିକ-ପ୍ରେମିକା ବୋଲି ଜଣା ପଡ଼ିଛି । ତେବେ କେଉଁ କାରଣରୁ ଯୁକ୍ତି ତର୍କ ହେଲା ଓ କଣ କେବଳ ବଚସାରୁ ଏପରି ଘଟଣା ଘଟିଛି କିମ୍ବା ହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।