ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ, ଇଣ୍ଡୋନେସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Aug 10, 2018 - 11:19
 198
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ, ଇଣ୍ଡୋନେସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର, ୧୦/୮ (ସକାଳଖବର):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହୋଇଥିବା ବୁଝାମଣା (ଏମଓୟୁ) କୁ ଅନୁମୋଦନ ମିଳିଛି । ଗବେଷଣା ଏବଂ ବିକାଶ, ସକ୍ରିୟତାର ସହିତ ଫାର୍ମାସ୍ୟୁଟିକାଲ ଉପାଦାନ (ଏପିଆଇ) ଏବଂ ଆଇଟି ଆଧାରିତ ମେଡିକାଲ ଯନ୍ତ୍ରପାତି , ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ ସେବା; ଏବଂ ପାରସ୍ପରିକ ବୁଝାମଣା ଆଧାରରେ ଅନ୍ୟାନ୍ୟ କ୍ଷେତ୍ରରେ ଏମଓୟୁ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ପରିବ୍ୟାପ୍ତ । ବୁଝାମଣା ପତ୍ର(ଏମଓୟୁ )ର କାର୍ୟ୍ୟାନ୍ୱୟନ ଏବଂ ବିସ୍ତୃତ ସହଯୋଗ ସମ୍ବନ୍ଧରେ ଏକ କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।