ସ୍ବାମୀଙ୍କୁ ହତ୍ୟା କରିଥିବା ବ୍ରାଜିଲ୍‌ ରାଜନେତ୍ରୀଙ୍କୁ ୫୦ ବର୍ଷ ଜେଲ୍‌ ଦଣ୍ଡାଦେଶ

Nov 14, 2022 - 08:52
 40
ସ୍ବାମୀଙ୍କୁ ହତ୍ୟା କରିଥିବା ବ୍ରାଜିଲ୍‌ ରାଜନେତ୍ରୀଙ୍କୁ ୫୦ ବର୍ଷ ଜେଲ୍‌ ଦଣ୍ଡାଦେଶ
ରିଓ ଡି ଜିନିରୋ: ୨୦୧୯ରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୂର୍ବତନ ବ୍ରାଜିଲୀୟ କଂଗ୍ରେସ ନେତ୍ରୀ ଫ୍ଲୋର୍‌ଡେଲିସ୍ ଡସ୍‌ ସାଣ୍ଟୋସ୍‌ଙ୍କୁ ରିଓ ଡି ଜେନିରୋର ଏକ ଅଦାଲତ ୫୦ ବର୍ଷ କାରା ଦଣ୍ଡାଦେଶ ଦେଇଛନ୍ତି। ରିଓ ଡି ଜେନିରୋର ବସ୍ତିମାନଙ୍କରୁ ନିରାଶ୍ରୟ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଲାଗି ପ୍ରସିଦ୍ଧ ୬୧ ଡସ୍‌ ସାଣ୍ଟୋସ୍‌ ଏବଂ ତାଙ୍କ ସ୍ବାମୀ ପାଷ୍ଟର୍‌ ଆଣ୍ଡର୍‌ସନ୍‌ ଡୋ କାର୍ମୋ ବ୍ରାଜିଲ୍‌ରେ ଦ୍ରୁତ ବୃଦ୍ଧି ପାଉଥିବା ‘ଇଭାଞ୍ଜେଲିକାଲ୍‌ ଖ୍ରୀଷ୍ଟିଆନ୍‌ ଆନ୍ଦୋଳନ’ର ଟାଣୁଆ ଦମ୍ପତି ଥିଲେ। ୨୦୧୯ ଜୁନ୍‌ ମାସରେ ରିଓ ଉପନଗରୀସ୍ଥିତ ସେମାନଙ୍କ ବାସଭବନରେ ଗୁଳି ବର୍ଷଣ ଯୋଗୁଁ ଆଣ୍ଡର୍‌ସନ୍‌ ଡୋ କାର୍ମୋଙ୍କର ମୃତ୍ୟୁ ଘଟିଥିଲା।