ସ୍କୁଲ୍‌ ପିଲାଙ୍କ ସହ ‘ମଲମ ଫିତା’ ଗୀତରେ ଡ୍ୟାନ୍ସ କଲେ କ୍ୟାଟ୍ରିନା

Sep 27, 2022 - 06:23
 60
ସ୍କୁଲ୍‌ ପିଲାଙ୍କ ସହ ‘ମଲମ ଫିତା’ ଗୀତରେ ଡ୍ୟାନ୍ସ କଲେ କ୍ୟାଟ୍ରିନା
ଲିଉଡ୍‌ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍‌। ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। କ୍ୟାଟ୍ରିନା ତାଙ୍କ ଡ୍ୟାନ୍ସ ଓ ଚମତ୍କାର ଅଭିନୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କ୍ୟାଟ୍ରିନା ‘ଚିକନି ଚମେଲି’, ‘କାଲା ଚଷମା, ‘ଶିଲା କି ଜାୱାନି’ ତାଙ୍କର ଏହି ଡ୍ୟାନ୍ସ ବହୁତ ଲୋକପ୍ରିୟ ହୋଇ ପାରିଛି। ଏହାରି ମଧ୍ୟରେ ବର୍ତ୍ତମାନ କ୍ୟାଟ୍ରିନାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ କ୍ୟାଟ୍ରିନା ଅଲଗା ଗୀତରେ ଠୁମକା ଲଗାଉଛନ୍ତି। ତାହା ପୁଣି ଏକା ନୁହେଁ ବରଂ ସ୍କୁଲ ପିଲାଙ୍କ ସହିତ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଯେଉଁଥିରେ କ୍ୟାଟ୍ରିନା ଏକ ସ୍କୁଲ୍‌ କାର୍ଯ୍ୟକ୍ରମରେ ଆସିଥିବାର ଦେଖିବାକୁ ମିଳିଛି । ସୂଚନାନୁସାରେ, ପରେ ସେହି ପିଲାମାନଙ୍କ ସହ ନାଚୁଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସେ ପୁଣି ତାଙ୍କର କୌଣସି ଫିଲ୍ମ ଗୀତ ନୁହେଁ । ସାଉଥର ହିଟ୍‌ ଗୀତ ‘ମଲମ୍‌ ଫିତା ‘ରେ ଛୋଟ ପିଲାମାନଙ୍କ ସହିତ ସାଧାରଣ ଢଙ୍ଗରେ ଖୁସି ହୋଇ ଡ୍ୟାନ୍ସର ମଜା ଉଠାଉଛନ୍ତି। ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସହ ୨୦୨୧ରେ ‘ସୁରିୟବଂଶୀରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ। ଏହା ପରେ ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର-୩’ରେ ସଲମାନଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିବ। ଆଗାମୀ ଚଳଚ୍ଚିତ୍ର ‘ଫୋନ୍ ଭୂଥ’ରଏବଂ ବିଜୟ ସେଥୁପାଠୀଙ୍କ ସହ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ‘ମେରୀ ଖ୍ରୀଷ୍ଟମାସ’ରେ ଆସିବେ ନଜର ।