ବୟସ କମ୍, କାମ ବଡ଼ : ମାଉଣ୍ଟ ଏଲ୍‌ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ୮ବର୍ଷୀୟ ଭୂବନ

Sep 22, 2021 - 08:54
 69
ବୟସ କମ୍, କାମ ବଡ଼ : ମାଉଣ୍ଟ ଏଲ୍‌ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ୮ବର୍ଷୀୟ ଭୂବନ
ଭୋପାଳ : ମାଉଣ୍ଟ ଏଲ୍‌ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ୮ ବର୍ଷୀୟ ବାଳକ ଭୂବନ । ଏହାଦ୍ୱାରା ସେ ସବୁ ଠାରୁ ସର୍ବକନିଷ୍ଠ ବ୍ୟକ୍ତି ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ଶିଖରରେ ପହଞ୍ଚି ଗର୍ବର ସହ ସେ ଜାତୀୟ ପତାକା ଦେଖାଇଛନ୍ତି । ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶର କୁରନୂଲ ବାସିନ୍ଦା ୮ ବର୍ଷୀୟ ବାଳକ ଗନ୍ଧମ୍‌ ଭୂବନ ଜୟ ୟୁରୋପୀୟ ମହାଦ୍ୱୀପ(୫,୬୪୨ ମିଟର)ରେ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ ଆରୋହଣ କରିଛନ୍ତି । ମାଉଣ୍ଟ ଏଲ୍‌ବ୍ରସ ସେହି ୭ ଶିଖର ମଧ୍ୟରେ ଅନ୍ୟତମ, ଯାହାର ଆରୋହଣ ଏତେ ଜଟିଳ ଯେ ପର୍ବତାରୋହୀମାନଙ୍କୁ ଅତିଶୟ ଶାରୀରିକ ଚାପ ସାମ୍ନା କରିବାକୁ ପଡ଼େ । ରୁରାଲ୍‌ ଡେଭ୍‌ଲପମେଣ୍ଟ ଟ୍ରଷ୍ଟର କ୍ରୀଡ଼ା କୋଚ୍‌ ଶଙ୍କରାୟାଙ୍କଠାରୁ ତାଲିମ ପାଇଥିବା ଭୂବନ ନିଜ ଟିମ୍‌ ସହିତ ମାଉଣ୍ଟ ଏଲ୍‌ବ୍ରସ ଶୃଙ୍ଗ ବିଜୟୀ ହୋଇଛନ୍ତି । ଶିଖରରେ ପହଞ୍ଚି ଗର୍ବର ସହ ସେ ଜାତୀୟ ପତାକା ଦେଖାଇଛନ୍ତି । ଏହି ପ୍ରୟାସ ପାଇଁ ସେ ନିଜର ବାପା ଅନନ୍ତପୁର ଜିଲ୍ଲାପାଳ ଗନ୍ଧମ୍‌ ଚନ୍ଦ୍ରୁଡୁଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କର ଉତ୍ସାହ ଲାଗି ସେ ଏଥିରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି । ଅଭିଭାବକମାନେ ଯଦି ପିଲାଙ୍କୁ ସମର୍ଥନ କରିବେ, ତେବେ ଅନେକ ପିଲା କୃତିତ୍ୱ ହାସଲ କରିପାରିବେ ବୋଲି ଭୂବନଙ୍କ ମତ ।