ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସର ଚଢାଉ, ୧୫ଟି ବ୍ୟାଙ୍କ୍ ପାସବୁକ୍ ଜବତ

Feb 23, 2022 - 06:06
 51
ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସର ଚଢାଉ, ୧୫ଟି ବ୍ୟାଙ୍କ୍ ପାସବୁକ୍ ଜବତ
ଭୁବନେଶ୍ବର ୨୩।୨: ଖୋଲିବାରେ ଲାଗିଛି ନକଲି ରସିକ ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର । ପ୍ରତିଦିନ ନୂଆ ନୂଆ ମାମଲା ରୁଜୁ ହେଉଛି । ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସ ଚଢାଉ କରିଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ଏଥିସହିତ କଲିକତାରୁ ଠକେଇ କରି ଆଣିଥିବା ୬ଟି ଅଣ୍ଡାରୁ ଛୁଆ ବାହାରୁଥିବା ମେସିନ ଜବତ କରାଯାଇଛି । ସ୍ଵତନ୍ତ୍ର ଟିମ୍ ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ହେଲେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଛି । ଯେତେ ଖୋଲିଲେ ଆହୁରି ଫିଟୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । ମଙ୍ଗଳବାର ଖଣ୍ଡଗିରି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ଭୁବନେଶ୍ବର ଏମସ୍‌ରେ MBBS ଆଡମିଶନ କରିବାକୁ କହି ୧୮ଲକ୍ଷ ଠକି ନେଇଥିଲେ ଡାକ୍ତର ରମେଶ ସ୍ବାଇଁ । ଜଗତସିଂପୁର ଅଭୟ ଦାସଙ୍କୁ ଜାଲରେ ଫସେଇଥିଲେ । ପୁଅର ଆଡମିଶନ ପାଇଁ ଟ୍ରାକ୍ଟର ଓ ଜମି ବିକି ଏହି ଟଙ୍କା ଦେଇଥିଲେ ଅଭୟ ଦାସ । ସେପଟେ ବୁଧବାର ସରୁଛି ଡାକ୍ତର ରମେଶ ସ୍ବାଇଁଙ୍କ ୫ ଦିନିଆ ରିମାଣ୍ଡ ଅବଧି । ଗତ ୫ ଦିନ ଧରି ମାରାଥନ୍ ଜେରାରେ ରମେଶଙ୍କ ବିରୋଧରେ ଅନେକ ତଥ୍ୟ ମିଳିଛି ।