ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Sep 21, 2021 - 06:49
 165
ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର : କୋଭିଡ୍ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ଟିକାକରଣ । ସୋମବାର ୪ ଲକ୍ଷ ୧୬ ହଜାର ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି । ଏହା ଭିତରୁ ୬୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଛନ୍ତି । ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ସେକେଣ୍ଡ ଡୋଜ୍ ନେଇଛନ୍ତି । ୨୨ ଲକ୍ଷ ଟିକା ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରୁଛୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।