ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଆଗଲା ଗାର୍ଡ ଅଫ୍‌ ଅନର

Sep 3, 2023 - 10:49
 19
ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଆଗଲା ଗାର୍ଡ ଅଫ୍‌ ଅନର
ଭୁବନେଶ୍ୱର,୩ା୯: ଶନିବାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତଃ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର୍‌ ପ୍ରଦାନ କରାଯାଇଥିଲା।